ପୁରୀ,(ବି.ବି.ନୁ୍ୟଜ୍): ବେଳାଭୂମିର ଲାଇଟ୍ ହାଉସ୍ଠାରୁ ପେଣ୍ଠକଟା ବେଳାଭୂମି ପର୍ଯ୍ୟନ୍ତ ବୁଧବାର ଶତାଧିକ ଅଲିଭ୍ ରିଡ୍ଲେଙ୍କ ମୃତଦେହ ଲାଗିଥିଲା । ବହୁ ସଂଖ୍ୟାରେ ମୃତଦେହ ଭାସିବା ନେଇ ଯାତ୍ରୀ, ଲାଇଫ୍ ଗାର୍ଡ, ପରିବେଶବିତ୍ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ବେଆଇନ୍ ଟ୍ରଲରରେ ମାଛଧରା, ନିଷିଦ୍ଧ ମାଛଧରା ଜାଲ ଓ କଣ୍ଟା ବ୍ୟବହାର ଯୋଗୁ ଶତାଧିକ ଅଲିଭ୍ ରିଡ୍ଲେଙ୍କ ମୃତୁ୍ୟ ହୋଇଥିବା ଅନୁମାନ କରାଯାଉଛି । ସମୁଦ୍ରରେ ଅଲିଭ୍ ରିଡ୍ଲେଙ୍କ ମିଳନ ଋତୁ ଚାଲିଥିବା ବେଳେ ନିଷିଦ୍ଧାଞ୍ଚଳରେ ମାଛ ଧରାକୁ ପ୍ରଶାସନ ବନ୍ଦ କରିନପାରିବା ଏହାର କାରଣ ହୋଇଛି । ଅଲିଭ୍ ରିଡ୍ଲଙ୍କ ଏଭଳି ମୃତୁ୍ୟ ସଂଖ୍ୟା ବୃଦ୍ଧି ଯୋଗୁ ପୁରୀ ଉପକୂଳରେ ଚଳିତ ବର୍ଷ ଗଣଅଣ୍ଡାଦାନ ସଂଖ୍ୟା ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି ।
Comments are closed, but trackbacks and pingbacks are open.