ବେସରକାରୀ ପରୀକ୍ଷାକୁ ଅନୁମତି ଦିଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ପରୀକ୍ଷା ପାଇଁ ତୁରନ୍ତ ପରୀକ୍ଷା ସୁବିଧା ବଢ଼ାଯାଉ । ଉଭୟ ସରକାରୀ ଓ ବେସରକାରୀ ଭାବେ ଏହାର ପରୀକ୍ଷଣକୁ ଅନୁମତି ଦିଆଯାଉ । ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ମାଗଣା କରାଯାଉ । ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ୍ ଦିଆଯାଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ଏଭଳି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଜି କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋଚନାରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରସ୍ତାବ ଓ ଦାବି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଦେଶ ଯାତ୍ରା ଉପରେ ଲଗାଯାଇଥିବା କଟକଣାକୁ ନବୀନ ପ୍ରଂଶସା କରିଛନ୍ତି । ଏହାସହ ଅନ୍ୟ ଦେଶରେ ଫସିଥିବା ଭାରତୀୟଙ୍କୁ ବିମାନରେ ଫେରାଇ ଆଣିବା ଓ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି ଉପଲବ୍ଧ କରିବାକୁ ଭଳି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି ।
ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ନିରାପତ୍ତା ସାମଗ୍ରୀ ଓ ମାସ୍କ ସହ ଅନ୍ୟ ଜରୁରୀକାଳୀନ ସାମଗ୍ରୀ ଯୋଗାଇବାକୁ କରାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏମ୍ଜିଏନଆରଜିଇଏସ୍ ଶ୍ରମିକଙ୍କ ପାଇଁ ୫୦ ଦିନର ମଜୁରୀ ପ୍ରଦାନ, ପିଏମ୍ କିଷାନ ଯୋଜନାରେ ଅତିରିକ୍ତ କିସ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ସହାୟତା, ନିର୍ମାଣ ଶ୍ରମିକଙ୍କୁ ସହାୟତା ସହ କେନ୍ଦ୍ର ସରକାର ରାଜ୍ୟକୁ ଅଗ୍ରୀମ ଅନୁଦାନ ପାଣ୍ଠି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons