ନୂଆଦିଲ୍ଲୀ: ବିଭିନ୍ନ ବିଦେଶୀ ରାଷ୍ଟ୍ରରେ ୨୭୬ ଜଣ ଭାରତୀୟ ନାଗରିକ ଏବେ କରୋନା ଭୂତାଣୁରେ ସଂକ୍ରମିତ ଅଛନ୍ତି । ସେମାନଙ୍କର ଏବେ ଚିକିତ୍ସା ଚାଲିଛି । ଲୋକସଭାରେ ବୁଧବାର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଏହି ସୂଚନା ଦେଇଛନ୍ତି । ବିଦେଶରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଭାରତୀୟଙ୍କ ମଧ୍ୟରୁ ୨୫୫ ଜଣ ଇରାନରେ ଅଛନ୍ତି । ସେହିଭଳି ସଂଯୁକ୍ତ ଆରବ ରାଷ୍ଟ୍ର(ୟୁଏଇ)ରେ ୧୨, ଇଟାଲୀରେ ୫ ଜଣ ଥିବା ବେଳେ ହଂକଂ, କୁଏତ, ରୁଆଣ୍ଡା ଏବଂ ଶ୍ରୀଲଙ୍କାରେ ଜଣେ ଲେଖାଏଁ ଭାରତୀୟ କରୋନା ପଜିଟିଭ୍ ଥିବା ମନ୍ତ୍ରୀ କହିଛନ୍ତି । ତେବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୫୨ ଛୁଇଁଛି । ଦିନକରେ ଦେଶରେ ୧୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୫,୭୦୦ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି ।
ଲକ୍ଷେ୍ନøର କିଙ୍ଗ୍ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟର ଜଣେ ରେସିଡେଣ୍ଟ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି । ସେପଟେ ଇଣ୍ଡୋନେସିଆରୁ ଫେରିଥିବା ଜଣେ ବ୍ୟକ୍ତି ନୋଏଡ଼ାରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । କର୍ଣ୍ଣାଟକରେ ଆଜି ଆଉ ଦୁଇଜଣ ଲୋକ କୋଭିଡ୍-୧୯ରେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ମୁମ୍ବାଇରେ ସମସ୍ତ ଘରୋଇ କଂପାନିଙ୍କୁ ନିଜର ୫୦ଧ କର୍ମଚାରୀଙ୍କୁ ଘରେ ରହି ଅଫିସ କାମ କରିବାକୁ କହିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି ।
ଅନ୍ୟପକ୍ଷରେ କରୋନା ଭୂତାଣୁ ଦ୍ୱାରା ଭାରତୀୟ ସେନାରେ ଜଣେ ଯବାନ ସଂକ୍ରମିତ ହେବା ପରେ ଏହାକୁ ନେଇ ସେନା ପକ୍ଷରୁ ବୁଧବାର ସତର୍କତା ଅବଲମ୍ବନ କରାଯାଇଛି । ସବୁ ପ୍ରକାର ଯୁଦ୍ଧାଭ୍ୟାସ, ତାଲିମ ଏବଂ ସମ୍ମିଳନୀ ଆଦିକୁ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି । ଅତି ଜରୁରି ନ ଥିଲେ କୌଣସି ଯବାନଙ୍କୁ ଛୁଟି ଦିଆଯିବ ନାହିଁ ବୋଲି କୁହାଯାଇଛି । ପରିସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସେନାର ଏହି ଆଡ୍ଭାଇଜରି ବଳବତ୍ତର ରହିବ ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ, ଅର୍ଦ୍ଧସାମରିକ ବାହିନୀ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି ।
ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୁଧବାର ୧୫୨ରେ ପହଞ୍ଚିବା ପରେ ବିଭିନ୍ନ ରାଜ୍ୟ ପକ୍ଷରୁ ଆହୁରି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କରୋନା ଭୂତାଣୁକୁ ବ୍ୟାପିବାରୁ ରୋକିବା ଲାଗି କର୍ଣ୍ଣାଟକ କ୍ୟାବିନେଟ୍ ୨୦୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବକୁ ଆଜି ମଞ୍ଜୁରି ଦେଇଛି । ସେହିଭଳି ରାଜ୍ୟରେ ମାର୍ଚ୍ଚ ୧୪ରୁ ଲାଗୁ ହୋଇଥିବା ବିଭିନ୍ନ ନିଷେଧାଦେଶ ୩୧ ଯାଏଁ ବଳବତ୍ତର ରହିବ ବୋଲି କୁହାଯାଇଛି ।
ପୁଡୁଚେରିରେ ସମସ୍ତ ବାର୍ ଗୁରୁବାର ଠାରୁ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ଘୋଷଣା କରିଛନ୍ତି । ଏଥିସହିତ ବୁଧବାରଠାରୁ ରାଜ୍ୟର ପର୍ଯ୍ୟଟନସ୍ଥଳୀ, ସପିଙ୍ଗ୍ ମଲ୍ ଏବଂ ଥିଏଟର ବନ୍ଦ ରହିବ ବୋଲି ସେ କହିଛନ୍ତି ।ସେପଟେ ବୈଷ୍ଣୋଦେବୀ ଯାତ୍ରା ବନ୍ଦ କରିବା ଲାଗି ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଖାଲି ସେତିକି ନୁହେଁ, ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଛି ।
ପାକିସ୍ତାନରେ ପାକିସ୍ତାନ ସୁପର ଲିଗ୍ ଟୁର୍ଣ୍ଣାମେଣ୍ଟ ରଦ୍ଧ ହେବା ପରେ ସେଠାରେ ଫସି ଯାଇଥିବା ୩୦ ଜଣ ଭାରତୀୟ ଟେକ୍ନିସିଆନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ପାଇଁ ସ୍ୱୟଂପ୍ରଭା ଡିଟିଏଚ ଚ୍ୟାନେଲଗୁଡିକରେ ଦୈନିକୁ ୪ ଘଣ୍ଟା ଇ-କ୍ଲାସେସ୍ ସମ୍ପର୍କିତ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ପଞ୍ଜାବ ସରକାର ଜେଲ ଭିତରେ ଅତ୍ୟଧିକ ଭିଡ କମାଇବା ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ୫,୮୦୦ ଅପରାଧୀଙ୍କୁ ଛାଡିବା ପାଇଁ ବିଚାର କରୁଛନ୍ତି । ସେମାନଙ୍କ ଭିତରେ ୩୦୦୦ ନଶାଡି ଏବଂ ଛୋଟମୋଟ ଅପରାଧ କରି ଗିରଫ ହୋଇଥିବା ୨୮୦୦ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ । ଉତ୍ତରାଖଣ୍ଡରେ ସରକାରୀ କର୍ମଚାରୀମାନଙ୍କୁ ଘରେ ରହି ଅଫିସ କାମ କରିବାକୁ ଅନୁମତି ଦିଆଯାଇଛି । କେବଳ ଯେଉଁମାନଙ୍କର ଅଫିସରେ ଉପସ୍ଥିତ ରହିବା ନିତ୍ୟାନ୍ତ ଜରୁରୀ ମନେହେବ ସେମାନଙ୍କୁ ଅଫିସ ଆସିବା ପାଇଁ କୁହାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।
କରୋନା ସଂକ୍ରମଣ ଭୟ ଯୋଗୁ ଆହ୍ଲାବାଦ ହାଇକୋର୍ଟକୁ ତିନି ଦିନ ବନ୍ଦ ରଖାଯିବ ବୋଲି ଘୋଷଣା କରାଯାଇଛି । ଦିଲ୍ଲୀ ସ୍ଥିତ ଏମସ ପକ୍ଷରୁ ରୋଗୀମାନଙ୍କୁ କୁହାଯାଇଛି କି ଅତି ଜରୁରୀ ହୋଇନଥିଲେ ଏବେ ଡାକ୍ତରମାନଙ୍କୁ ଦେଖା କରିବାକୁ ନଆସନ୍ତୁ । ଗୁରୁଗ୍ରାମରେ ସମସ୍ତ ସପିଙ୍ଗ୍ ମଲ, ବାର୍, ଜିମ୍, ସାପ୍ତାହିକ ମାର୍କେଟ, ସିନେମା ହଲ ଏବଂ ସୁଇମିଂ ପୁଲ ଆଦି ବନ୍ଦ କରାଯାଇଛି ।
କରୋନା ଭୟରେ କେରଳରେ କାର୍ଯ୍ୟରତ ଅନ୍ୟ ରାଜ୍ୟର ବାସିନ୍ଦା ଦଳ ଦଳ ହୋଇ ନିଜ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି । କେରଳରେ ଓଡ଼ିଶା, ବିହାର, ୟୁପି, ଆସାମ, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରୁ ପ୍ରାୟ ୨୫ ଲକ୍ଷ ଶ୍ରମିକ କାର୍ଯ୍ୟରତ ଅଛନ୍ତି । ସେମାନେ ଏବେ ନିଜ ରାଜ୍ୟକୁ ଫେରିବା ଦ୍ୱାରା ସେଠାରେ ବି କରୋନା ସଂକ୍ରମଣର ସମ୍ଭାବନା ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି ।
କରୋନା ଜନିତ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବିଭିନ୍ନ ମନ୍ତ୍ରାଳୟର ବରିÂ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ କେନ୍ଦ୍ର ସରକାରଙ୍କ ସମସ୍ତ ହସ୍ପିଟାଲର ନିଦେ୍ର୍ଧଶକ ଉପସ୍ଥିତ ଥିଲେ । ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟର ବୁଲି ସ୍ଥିତି ଯାଞ୍ଚ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।


Comments are closed, but trackbacks and pingbacks are open.