ବୋଲେରୋ- ବାଇକ୍ ମୁହାଁମୁହିଁ ଧକ୍କା

Get real time updates directly on you device, subscribe now.

ରାୟଗଡା: ରାୟଗଡା-କୋରାପୁଟ ମୁଖ୍ୟ ରାସ୍ତାର ହାଲୁଆ ନିକଟରେ ବୋଲେରୋ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ତଳଅଞ୍ଚଳବାଡି ଗ୍ରାମର ମାଣ୍ଡାଙ୍ଗି ତ୍ରୀପତି ଏବଂ ଲଦ ପିଡିସିକା ।
ଏମାନେ ରାୟଗଡ଼ାରୁ ନିଜ ଗ୍ରାମକୁ ଯାଉଥିବା ବେଳେ ବିପରୀତ ପାର୍ଶ୍ଵରୁ ଆସୁଥିବା ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ୍ ଆରୋହୀମାନେ ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏମାନଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୋଲିସ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons