ବୋଲେରୋ ଭିତରେ ରାତି ସାରା ପଡ଼ିରହିଲା ମୃତଦେହ

Get real time updates directly on you device, subscribe now.

ଢେ଼ଙ୍କାନାଳ, (ବି.ବି.ନୁ୍ୟଜ୍): ଢେ଼ଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଗଉଡକାଟେଣୀ ନିକଟରେ ଗତକାଲି ବିଳମ୍ବିତ ରାତିରୁ ଏକ ବୋଲେରୋ ଭିତରେ ମୃତଦେହ ପଡ଼ି ରହିଥିଲା । ଗତକାଲି ବିଳମ୍ବିତ ରାତିରେ ଗାଡ଼ି ଭିତରେ ମୃତଦେହ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲେ । ଖବର ପାଇ ଆଜି (ମଙ୍ଗଳବାର) ସକାଳେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ମୃତକଜଣକ ନିକଟସ୍ଥ ଜିଏମ୍ଆର କମ୍ପାନୀର ହାୱା ଡ୍ରାଇଭର ଆଦିକନ୍ଦ ବେହେରା । ଗତକାଲି କମ୍ପାନୀ ପରିସରରେ ହାୱା ଗାଡ଼ି ଧକ୍କା ହେବା ପରେ କମ୍ପାନୀ ଲୋକ ଆଦିକନ୍ଧଙ୍କୁ ନେଇ ଢେ଼ଙ୍କାନାଳ ହସ୍ପିଟାଲ ଯାଉଥିଲେ । ମାତ୍ର ରାସ୍ତାରେ ଗାଡ଼ି ଚକ ଲିକ୍ ହେବା ଯୋଗୁଁ ଅଧା ବାଟରେ ବୋଲେଲୋ ଡ୍ରାଇଭର ଛାଡ଼ି କଳାଇଥିଲେ । ଫଳରେ ଗାଡ଼ି ଭିତରେ ମୃଥଦେହ ପଡ଼ି ରହିଥିବା ବେଳେ ପାଖରେ କେହି ନଥିଲେ । ଆଜି (ମଙ୍ଗଳବାର) ସକାଳୁ ସ୍ଥାନୀୟ ଲୋକେ ଏହା ଦେଖଇ ମୋଟଙ୍ଗା ପୋଲିସକୁ ଖବର ଦେବା ପରେପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଘର ନିକଟସ୍ଥ ଉପରବାଘଲୁଣ୍ଡା ଗାଁରେ । ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଯାଇଥିଲା । ଏଥିଯୋଗୁ ବହୁ ସମୟ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା । ପରେ ଉତ୍ତେଜନା ପ୍ରଶମିତ ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons