ବ୍ରହ୍ମପୁର, (ବି.ବି.ବୁ୍ୟରୋ): ପୁଲିସ ମହାନିଦେ୍ର୍ଧଶକ (ଡିଜିପି) ଶ୍ରୀ ଅଭୟ ଶନିବାର ଦିନିକିଆ ବ୍ରହ୍ମପୁର ଗସ୍ତ କରିଛନ୍ତି । ବ୍ରହ୍ମପୁର ରେଞ୍ଜ୍ ଡିଆଇଜି ଅଫିସ୍ରେ ସେ ଏହି ରେଞ୍ଜ୍ ଅଧୀନସ୍ଥ ପୁଲିସ ଜିଲ୍ଲାର ଏସ୍ପି ଓ ବରିÂ ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା ସ୍ଥିତି ଓ ଅପରାଧର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ଅତିରିକ୍ତ ପୁଲିସ ଡିଜି ଆର୍.କେ.ଶର୍ମା, ଭାରପ୍ରାପ୍ତ ପୁଲିସ ଡିଆଇଜି ଜୟନାରାୟଣ ପଙ୍କଜ, ଏସ୍ଆଇଡବ୍ଲୁ୍ୟ ଡିଆଇଜି ଅନିରୁଦ୍ଧ ସିଂହ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ, ଗଜପତି ଏସ୍ପି ସାରା ଶର୍ମା, ବୌଦ୍ଧ ଏସ୍ପି ଭି.ରଘୁନାଥ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ରେଞ୍ଜ୍ରେ ଥିବା ଜିଲ୍ଲାର ମାଓପ୍ରବଣ ଅଞ୍ଚଳରେ କିପରି ମାଓବାଦୀଙ୍କ ମୁକାବିଲା କରାଯାଇପାରିବ, ଆଇନ ଶୃଙ୍ଖଳା ପରିସ୍ଥିତିରେ କିପରି ସୁଧାର ଆସିବ ସେ ସବୁ ଉପରେ ସମୀକ୍ଷା ହୋଇଥିବା ଜଣାପଡ଼ିଛି । ଏହି ରେଞ୍ଜ୍ ଅନ୍ତର୍ଗତ ପୁଲିସ ଜିଲ୍ଲାରେ ପୁଲିସିଂ ବ୍ୟବସ୍ଥା, କ୍ରାଇମ୍ କଣ୍ଟେ୍ରାଲ୍, ନକ୍ସଲ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିସ୍ଥତି, ପ୍ରସିକୁ୍ୟସନ୍ ଓ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା । ଏହାସହିତ ପ୍ରତିଟି ପୁଲିସ ଜିଲ୍ଲାର ସ୍ୱତନ୍ତ୍ର ସମସ୍ୟା ଉପରେ ମଧ୍ୟ ଏସ୍ପିମାନେ ଡିଜିପିଙ୍କୁ ଅବଗତ କରାଇଥିଲେ ।
Comments are closed, but trackbacks and pingbacks are open.