ବ୍ରହ୍ମପୁର ୪ ଦିନ ସଟ୍‌ଡାଉନ୍

Get real time updates directly on you device, subscribe now.

ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ୪ ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ। ଆସନ୍ତା ୨୭ ତାରିଖ ଠାରୁ ୩୦ ତାରିଖ ୪ ଦିନ ପର୍ୟ୍ୟନ୍ତ ସଟ ଡାଉନ୍ ଘୋଷଣା କରାଯାଇଛି। ସ୍ବାସ୍ଥ୍ୟାସେବା ଓ କ୍ଷୀର ବଣ୍ଟନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ। ଦିନକୁ ଦିନ ଗଞ୍ଜାମ ଜିଲ୍ଳାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମିତ ତାଲିକାରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି। କରୋନା ମୁକାବିଲାରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ଏହି ସମୟରେ କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ବ୍ରହ୍ମପୁର ସହରକୁ ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିଛି। ଏହାସହ ୭୦ଟି ଟିମ୍ ଡୋର ଟୁ ଡୋର ବୁଲି ସ୍କ୍ରିନିଂ କରିବେ। ପ୍ରେମମିଟ୍ କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ସଂପର୍କରେ ସୂଚନ ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons