‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର: ସୁପରସୋନିକ କ୍ରୁଜ ମିସାଇଲ ‘ବ୍ରହ୍ମୋସ’ର ପରୀକ୍ଷଣ ସୋମବାର ସଫଳତାର ସହ ଶେଷ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଆଇଟିଆର ୩ ନଂ. ଲଞ୍ଚପ୍ୟାଡ଼ରୁ ପୂର୍ବାହ୍ନ ସାଢେ଼ ୧୦ଟା ବେଳେ ଏହାର ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ପ୍ରସ୍ତୁତି ଚୂଡାନ୍ତ କରାଯାଇଥିଲା । ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରୁ ଉତ୍କ୍ଷେପଣ କରାଯାଇପାରିବ । ଏଥିରେ ୨ଟି ଷ୍ଟେଜ ବିଶିଷ୍ଟ ଇଞ୍ଜିନ ବ୍ୟବହାର କରାଯାଇଛି । ଏହାର ୩ ହଜାର କିଗ୍ରା ଯାଏ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ସ୍ଥଳଭାଗରୁ ଏହା ୪୫୦ରୁ ୬୦୦ କିଲୋମିଟର ପର୍ଯ୍ୟନ୍ତ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିପାରିବ । କେବଳ ଏତିକି ନୁହେଁ, ବାୟୁସେନାର ଯୁଦ୍ଧ ବିମାନରୁ ଏହି କ୍ଷେପଣାସ୍ତ୍ର ୪୦୦ କିମି ଯାଏ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି । ଏହା ଶବ୍ଦ ବେଗଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରିବ । ଘଣ୍ଟା ପ୍ରତି ୩ ହଜାର ୪ ଶହ କିମିରୁ ୩ ହଜାର ୭ଶହ କିମି ବେଗରେ ଗତି କରି ପାରୁଥିବା ସୁପରସୋନିକ କ୍ରୁଜ ମିଜାଇଲ ‘ବ୍ରହ୍ମୋସ’କୁ ୨୦୦୬ ମସିହାରେ ପ୍ରତିରକ୍ଷା ବିଭାଗରେ ବ୍ୟବହାର କରାଯାଇଥିଲା । ଏହାର ଲମ୍ବ ୮.୪ ମିଟର, ମୋଟେଇ ୦.୬ ମିଟର, ଓଜନ ୩ ହଜାର କିଗ୍ରା ରହିଛି । ଏହା ଭାରତର ବ୍ରହ୍ମପୁତ୍ର ନଦୀ ଓ ଋଷର ମସ୍କଭା ନଦୀର ନାମ ଅନୁସାରେ ‘ବ୍ରହ୍ମୋସ’ର ନାମକରଣ କରାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons