ବ୍ରିଟିଶ କାଉନ୍ସିଲ୍ ଫ୍ୟୁଚର ଲିଡର୍ସ କନେକ୍ଟ ଫାଇନାଲ ହିଟ୍ସ ବିଜେତା ଘୋଷିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ସଭିଥା ସ୍କୁଲ୍ ଅଫ୍ ଲ’ ଏବଂ ସଭିଥା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ୍ ଟେକ୍ନିକାଲ ସାଇନ୍ସେସ୍(ଏସ୍ଆଇଏମ୍ଏଟିଏସ୍)ପକ୍ଷରୁ ବ୍ରିଟିଶ କାଉନ୍ସିଲ୍ ଫ୍ୟୁଚର ଲିଡର୍ସ କନେକ୍ଟ ଫାଇନାଲ ହିଟ୍ସ ଏସ୍ଆଇଏମ୍ଏଟିଏସ୍ର ପୁନମାଲ୍ଲି କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏସ୍ଆଇଏମ୍ଏଟିଏସ୍ର କୂଳପତି ଡ. ରାକେଶ କୁମାର ଶର୍ମା, ବ୍ରିଟିସ୍ କାଉନ୍ସିଲ୍ର ନିର୍ଦ୍ଦେଶକ(ଦକ୍ଷିଣ ଭାରତ) ଜନକ ପୁଷ୍ପନାଥନ୍ ଏବଂ ବ୍ରିଟିସ୍ କାଉନ୍ସିଲ୍ ଫ୍ୟୁଚର ଲିଡର୍ସ କନେକ୍ଟ ୨୦୧୮ର ବିଜେତା ଗୌରବ ସୋମୱଂଶି ବିଚାରପତି ଥିଲେ । ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି ।
ଏସ୍ଆଇଏମ୍ଏଟିଏସ୍ର କୂଳାଧିପତି ଡ. ଏନ୍. ଏମ୍. ଭିରାଇୟାନ୍ କହିଥିଲେ ଯେ, ବ୍ରିଟିସ୍ କାଉନ୍ସିଲ୍ ଫ୍ୟୁଚର ଲିଡର୍ସ କନେକ୍ଟ ୨୦୧୯ ଜରିଆରେ ବ୍ରିଟିଶ କାଉନ୍ସିଲ୍ ସହିତ ଆମର ସହଯୋଗିତା ବଢ଼ିବ । ଚୂଡ଼ାନ୍ତ ପ୍ରତିଯୋଗୀମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଆଇଡିଆଗୁଡିକ ପ୍ରେରଣାଦାୟୀ ବୋଲି କୂଳପତି ଡ. ରାକେଶ କୁମାର ଶର୍ମା ପ୍ରକାଶ କରିଛନ୍ତି । ମୁମ୍ବାଇ, ରାଞ୍ଚି, ନୂଆଦିଲ୍ଲୀ, ବାଙ୍ଗାଲୋର, ଲକ୍ଷେ୍ନø ଏବଂ ଶ୍ରୀନଗରରୁ ୧୧ ଜଣ ଚୂଡ଼ାନ୍ତ ପ୍ରତିଯୋଗୀ ସେମାନଙ୍କ ଆଇଡିଆ ପ୍ରଦାନ କରିଥିଲେ । ବ୍ରିଟିସ କାଉନ୍ସିଲ୍ ଫ୍ୟୁଚର ଲିଡର୍ସ କନେକ୍ଟ ୨୦୧୯ର ବିଜେତାମାନେ ହେଲେ ହସିବା ବେଗମ୍, କଜରି ବକ୍ରର ଏବଂ ସମ୍ଭାଭୀ ସିଂହ । ଅଡିଆନ୍ସଙ୍କ ପସନ୍ଦ ବିଜେତା ଭାବେ ଶ୍ରେୟା ଜୁନେଜାଙ୍କ ନାମ ଘୋଷଣା କରାଯାଇଛି । ବିଜେତାମାନେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଅଧୀନ ମୋଲେର ଇନ୍ଷ୍ଟିଚ୍ୟୁଟ୍, ଚର୍ଚ୍ଚିଲ କଲେଜ୍ରେ ଆଡ୍ଭାନ୍ସଡ ପଲିସି ଆଣ୍ଡ୍ ଲିଡ଼ରସିପ୍ ଡେଭଲପ୍ମେଣ୍ଟ ପ୍ରୋଗ୍ରାମର ୧୦ ଦିନିଆ ପ୍ରୋଗ୍ରାମରେ ଭାଗ ନେବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons