କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନରେ ଦେଢ଼ କୋଟି ଲୋକଙ୍କୁ ଘରେ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । ସେମାନଙ୍କ ବୟସାଧିକ୍ୟ ଦୃଷ୍ଟିରୁ ସେମାନେ କରୋନା ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ସେମାନେ ୩ ମାସ ପର୍ଯ୍ୟନ୍ତ ଘରେ ରହିବେ । ଘରୁ ବାହାରକୁ ବାହାରିବେ ନାହିଁ । ସେମାନେ ଖାଦ୍ୟ ଓ ଔଷଧ ପାଇଁ ବାହାରକୁ ବାହାରୁଥିବାରୁ ସେମାନଙ୍କୁ ବାରଣ ମଧ୍ୟ କରାଯାଇଛି । ସେମାନେ ନିଜ ଘରେ କିମ୍ବା କୌଣସି ସମ୍ପର୍କୀୟଙ୍କ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କ ନିକଟରେ ସେନା ଖାଦ୍ୟ ଓ ଔଷଧ ପହଞ୍ଚôାଇବ । ଏଥିପାଇଁ ସେନାକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେମାନେ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କ ଘରେ ପହଞ୍ଚାଇବେ । ସେହିଭଳି ବାହାରକୁ ବିଶେଷକରି ପାର୍କ କିମ୍ବା ବିଚ୍କୁ ଯିବା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି କମୁ୍ୟନିଟି ସଚିବ ରବର୍ଟ ଜେନେରିକ କହିଛନ୍ତି । ସେ କହିଛନ୍ତି ଲୋକମାନେ ଏହି ମରାମର୍ଶ ନ ମାନିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ହେବ ବୋଲି ସେ କହିଛନ୍ତି । ବ୍ରିଟେନରେ ରବିବାର ୭ ଜଣଙ୍କ ମୃତୁ୍ୟ ଘଟିବା ପରେ ଦେଶରେ ମୋଟ ମୃତୁ୍ୟସଂଖ୍ୟା ୨୪୦ରେ ପହଞ୍ଚôଛି । ସେହିଭଳି ଦେଶରେ ୫,୦୧୮ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।


Comments are closed, but trackbacks and pingbacks are open.