ବ୍ରିଟେନ ଆଣିବ ମୋବାଇଲ ଟେଷ୍ଟ ୟୁନିଟ୍

Get real time updates directly on you device, subscribe now.

ଲଣ୍ଡନ: କରୋନା ସଂକ୍ରମଣ ରୋକିବା ପାଇଁ ବ୍ରିଟେନ ସରକାର ଏବେ ମୋବାଇଲ ଟେଷ୍ଟ ୟୁନିଟ ଗଠନ କରାଯିବା ଉପରେ ଗୁରୁତ୍ୱ ଦେଉଛନ୍ତି । ସେଠାକାର ଜଣେ ବରିÂ ଅଧିକାରୀ ପ୍ରକାଶ କରିଛନ୍ତି ଯେ ଏହି ୟୁନିଟ୍ଗୁଡିକ ରାପିଡ୍ ଟେଷ୍ଟ ୟୁନିଟ୍ ଭାବେ କାର୍ଯ୍ୟ କରିବେ । କୌଣସି ସ୍ଥାନରେ ସଂକ୍ରମଣ ସଶ୍ଛର୍କରେ ସୂଚନା ମିଳିବା ମାତ୍ରେ ସେମାନେ ସେଠାକୁ ଯାଇ ବ୍ୟାପକ ମାତ୍ରାରେ କରୋନା ଟେଷ୍ଟ କରିବେ । ଏବେ ଦେଶରେ ୪୮ଟି ମୋବାଇଲ ୟୁନିଟ୍ କାର୍ଯ୍ୟ କରୁଛି । ଏଗୁଡିକ ଏବେ ସେନା କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ସରକାର କିନ୍ତୁ ଏବେ ଅଧିକ ସଂଖ୍ୟାରେ ଏପରି ୟୁନିଟ୍ ଗଠନ କରାଯିବା ଉପରେଧ୍ୟାନ କେନ୍ଦ୍ରିତ କରୁଛନ୍ତି । ଆସନ୍ତା ମାସ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ । ବ୍ରିଟେନରୁ ଲକ୍ଡାଉନ ହଟିବା ପରେ ପୁଣି ଥରେ ଯେପରି କରୋନା ନ ବ୍ୟାପେ, ତାହା ସୁନିଶ୍ଚିତ ପାଇଁ ଏଭଳି ୟୁନିଟ୍ ଖୁବ୍ ସହାୟକ ହେବେ । ସେମାନେ ସ୍କୁଲ, ଅଫିସ ଏବଂ କେୟାର ହୋମ ଆଦି ସ୍ଥାନକୁ ଯାଇ ସେଠାରେ କମ୍ ସମୟ ଭିତରେ ଅଧିକ ବ୍ୟକ୍ତିଙ୍କର କରୋନା ପରୀକ୍ଷା କରାଇବେ ଏବଂ କିଏ କିଏ ସଂକ୍ରମିତ ହୋଇଛନ୍ତି ତାହା ନିର୍ଦ୍ଧାରଣ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons