ବ୍ରିସବେନରେ ଇତିହାସ ରଚିଲା ଭାରତ

Get real time updates directly on you device, subscribe now.

ବ୍ରିସବେନ: ଟେଷ୍ଟ କ୍ରିକେଟ୍ ଇତିହାସରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ିଛି ଭାରତୀୟ କ୍ରିକେଟ ଦଳ । ଗାବା ଟେଷ୍ଟକୁ ଅବିଶ୍ୱସନୀୟ ଭାବରେ ୩ ୱିକେଟ୍ରେ ଜିତି ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବାରେ ସଫଳ ହୋଇଛି । ଭାରତୀୟ ଦଳର ଏହି ବିଜୟ ଗାବାରେ ଅଷ୍ଟେ୍ରଲିଆ ଦଳର ୩୨ ବର୍ଷର ଅପରାଜେୟ ଧାରାକୁ ଭାଙ୍ଗି ଦେଇଛି ।
ଓପନର ଶୁଭମନ ଗିଲ୍ (୯୧) ଓ ଚେତେଶ୍ୱର ପୂଜାରାଙ୍କ (୫୬) ଦାୟିତ୍ୱପୂର୍ଣ୍ଣ ଭାଗିଦାରୀ ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଦଳକୁ ଜିତାଇବାରେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଶେଷ ପର୍ଯ୍ୟନ୍ତ ସେ (୮୯) ଅପରାଜିତ ରହି ଦଳକୁ ଭେଟି ଦେଇଥିଲେ ଐତିହାସିକ ବିଜୟ । ଏହି ବିଜୟୀ ଇନିଂସ ପାଇଁ ପନ୍ତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଗାବାରେ ଐତିହାସିକ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଆତ୍ମହରା କରିଦେଇଥିଲା । ସେ ଟ୍ୱିଟ୍ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।
ଆଜି ଅନ୍ତିମ ଦିନରେ ଭାରତ ବିଜୟ ପାଇଁ ୩୨୪ ରନ୍ ଆବଶ୍ୟକ କରୁଥିଲା । ଦଳର ୧୦ଟି ଯାକ ୱିକେଟ୍ ସୁରକ୍ଷିତ ରହିଥିଲା । କିନ୍ତୁ ଗାବା ସବୁବେଳେ ଘରୋଇ ଦଳକୁ ସୁହାଇ ଆସିଛି । ୧୯୮୯ ଠାରୁ ଅଷ୍ଟେ୍ରଲିଆ ଏଠାରେ ଅପରାଜେୟ ରହି ଆସିଛି ।
ଏମିତିବି ଗତକାଲି ସୁଦ୍ଧା ବର୍ଷା ବାରମ୍ବାର ଖେଳରେ ବାଧା ସୃଷ୍ଟି କରି ଆସୁଥିଲା । ତେଣୁ ଭାରତୀୟ ଦଳ ପକ୍ଷେ ଶେଷ ଦିନରେ ଏତେ ବଡ଼ ଟାର୍ଗେଟ୍ ଅତିକ୍ରମ କରିବା ମୁସ୍କିଲ ଥିଲା । “ବିଜୟ ଆଶା ଅତି କ୍ଷୀଣ, ମ୍ୟାଚ୍ ଡ୍ର’ କରିବା ନେଇ ସଂଘର୍ଷ କରିପାରେ । କିନ୍ତୁ ପ୍ରାରମ୍ଭରୁ ମିଚେଲ ଷ୍ଟାର୍କ, ଜୋସ ହାଲେଜଉଡ୍, ପ୍ୟାଟ୍ କମିନ୍ସ ଏବଂ ନାଥନ ଲାୟନଙ୍କୁ ନେଇ ଗଠିତ ଘରୋଇ ଦଳର ଶ୍ରେÂ ବୋଲିଂ ବାହିନୀକୁ ସାମ୍ନା କରି ତିÂି ପାରିଲେ ହେଲା ।’ ଏଭଳି ମତ ଥିଲା କ୍ରିକେଟ୍ ବିଶେଷଜ୍ଞଙ୍କର ।
ସତ କଥା, ବିରାଟ କୋହଲି ନାହାନ୍ତି³ ଟେଷ୍ଟ ଦଳରେ ନିୟମିତ ଖେଳାଳି କହିଲେ କେବଳ ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା । ଆହତ ହେବା ଯୋଗୁ ପୂର୍ବରୁ ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ହନୁମା ବିହାରୀ, ଆର.ଅଶ୍ୱିନଙ୍କ ଭଳି ଖେଳାଳି ଦଳରେ ନଥିଲେ । ସଂପୂର୍ଣ୍ଣ ଅନଭିଜ୍ଞ ଦଳକୁ ନେଇ ଗାବାରେ ଭାରତ ମଇଦାନକୁ ଓହ୍ଲାଇଥିଲା ।
ଯଦିଓ ବୋଲିଂରେ ମହମ୍ମଦ ସିରାଜ ଓ ସର୍ଦୁଲ ଠାକୁର ଘରୋଇ ଦଳକୁ ଘାଇଲା କରିଥିଲେ । କିନ୍ତୁ ଶେଷ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପରେ ଘରୋଇ ବୋଲରଙ୍କୁ ସାମ୍ନା କରି ମ୍ୟାଚ୍ ବଞ୍ଚାଇବା ଥିଲା ସଂପୂର୍ଣ୍ଣ ଭାବରେ ମୁସ୍କିଲ ବ୍ୟାପାର । ସେହି ଅନଭିଜ୍ଞ ଦଳ ଦେଖାଇଲା କମାଲ । ଗାବାର ଅଭେଦ୍ୟ ଗଡ଼କୁ ଯାଦୁକରୀ ବ୍ୟାଟିଂରେ ଗଡ଼ାଇ ଦେବାରେ ସମର୍ଥ ହେଲା ଭାରତ ଏବଂ ଗାବାରେ ପ୍ରଥମ ବିଜୟ ହାସଲ କରିବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ (୨-୧) ବଜାୟ ରଖିବାରେ ମଧ୍ୟ ସମର୍ଥ ହେଲା ।
ଆଜି ସକାଳୁ ରୋହିତ ଶର୍ମା (୭) ସହଳ ପାଭିଲିୟନ ଫେରିଯିବା ପରେ ଯୁବ ଓପନର ଗିଲ୍ ଓ ଅଭିଜ୍ଞ ପୂଜାରା ରକ୍ଷଣାତ୍ମକ ପ୍ରଦର୍ଶନ ସହ ଦଳୀୟ ସ୍ଥିତି ଗଢ଼ିଥିଲେ । ଗିଲ୍ (୯୧) ଶତକ ପୂରଣ କରିବା ପୂର୍ବରୁ ଆଉଟ୍ ହେବା ପରେ ଅଧିନାୟକ ରାହାଣେ ଆସିଥିଲେ । କିନ୍ତୁ ରାହାଣେ (୨୪) ବି ଅଧିକ ସମୟ ତିÂି ପାରିନଥିଲେ । ଭାରତ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇବା ପରେ ମ୍ୟାଚ୍ ବଞ୍ଚାଇବା ଆଶା ଅତି କ୍ଷୀଣ ହୋଇ ଆସୁଥାଏ । ଏତିକିବେଳେ ପନ୍ତ ଓ ପୂଜାରା ଯୋଡ଼ି ପୁଣି ନୂଆ ଆଶା ସଂଚାର କରିଥିଲା । ମାତ୍ର ୪/୨୨୮ରେ ଏହି (ପୂଜାରା-୫୬) ଯୋଡ଼ି ଭାଙ୍ଗିବା ପରେ ଆଶା ମଉଳି ଯାଇଥିଲା ।
କିନ୍ତୁ ପରବର୍ତ୍ତୀ ସମୟରେ ପନ୍ତ ଅତି ସାହସିକତାର ସହ ଘରୋଇ ବୋଲରଙ୍କୁ ସାମ୍ନା କରିଥିଲେ । ମୟଙ୍କ ଅଗ୍ରୱାଲ ୯ ରନ୍ କରି ଆଉଟ୍ ହେବା ପରେ ୱାସିଂଟନ ସୁନ୍ଦର (୨୨)ଙ୍କ ଯୋଗଦାନ ମଧ୍ୟ ବେଶ୍ ଉପାଦେୟ ରହିଥିଲା । ଶେଷ ପର୍ଯ୍ୟନ୍ତ ଲଢ଼ୁଆ ପ୍ରଦର୍ଶନ କରି ପନ୍ତ ଦଳକୁ ଜିତାଇଥିଲେ । ଏକଦା ଭାରତ ମ୍ୟାଚ୍ ବଞ୍ଚାଇ ପାରିବ କି ନାହିଁ ସନେ୍ଦହ ଉପୁଜିଥିବାବେଳେ ଶେଷରେ ଗାବାରେ ୩ ୱିକେଟ୍ରେ ଦଳ ବିଜୟୀ ହେଲା । ପନ୍ତଙ୍କ ସାହସିକ ପ୍ରଦର୍ଶନ ଯୋଗୁ ଏହା ସମ୍ଭବ ହୋଇଥିଲା । ଗାବାରେ ଭାରତର ଅନଭିଜ୍ଞ ଦଳ ଖେଳୁଥିଲା ସତ, ମାତ୍ର ସମସ୍ତଙ୍କ ମନରେ ଥିଲା ଦୃଢ଼ ଆତ୍ମବିଶ୍ୱାସ । ଏହି ଶକ୍ତି ହିଁ ଦଳକୁ ସଫଳ କରାଇ ପାରିଛି ।
ଅନ୍ତିମ ଟେଷ୍ଟରେ ଅଷ୍ଟେ୍ରଲିଆ ପ୍ରଥମ ଇନିଂସରେ ୩୬୯ ଏବଂ ଦ୍ୱିତୀୟ ଇନିଂସରେ ୨୯୪ ରନ୍ କରିଥିଲା । ଜବାବରେ ଭାରତ ପ୍ରଥମ ଇନିଂସରେ ୩୩୬ ରନ୍ରେ ସୀମିତ ରହିବା ପରେ ଆଜି ଦ୍ୱିତୀୟ ଇନିଂସରେ ୭/୩୨୯ ରନ୍ କରି ମ୍ୟାଚ୍ ବିଜୟୀ ହୋଇଥିଲା ।
ଏହି ବିଜୟ କ୍ରିକେଟ୍ପ୍ରେମୀ, କ୍ରିକେଟ୍ ବିଶେଷଜ୍ଞ ଏବଂ ପୂର୍ବତନ ଖେଳାଳିଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା । ଯାହାକୁ ସମସ୍ତେ ଅବିଶ୍ୱସନୀୟ, ଅବାସ୍ତବ ବୋଲି ଅଭିହିତ କରୁଛନ୍ତି । ଯାହାର ତୁଳନା ପାଇଁ ଭାଷା ଓ ଶବ୍ଦର ଅଭାବ ରହିଛି ବୋଲି ବିଶେଷଜ୍ଞମାନଙ୍କର ମତ । ସତରେ, ଆଜିର ବିଜୟ ହିଁ ଥିଲା ସେମିତି ଚମକ ପ୍ରଦ । ଟେଷ୍ଟ କ୍ରିକେଟ୍ର ପ୍ରକୃତ ରୋମାଞ୍ଚ କ’ଣ ତାହା ଦେଖିବାକୁ ମିଳିଛି ।
ପ୍ରଥମ ଟେଷ୍ଟ ହାରିବା ପରେ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଅବକାଶରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ରାହାଣେଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଥିଲା । ଆଡିଲେଡ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୩୬ ରନ୍ରେ ସୀମିତ ହୋଇ ୮ ୱିକେଟ୍ରେ ପରାଜିତ ହେବା ଦଳର ସ୍ଥିତିକୁ ଦୋହଲାଇ ଦେବ ବୋଲି କୁହାଯାଉଥିଲା । ଅଷ୍ଟେ୍ରଲିଆ କ୍ରିକେଟ୍ ବିଶେଷଜ୍ଞମାନେ ଉତ୍ସାହିତ ହୋଇ ପଡ଼ିଥିଲେ । ସେ ଧରିନେଇଥିଲେ ଯେ, କୋହଲିଙ୍କ ଅନୁପସ୍ଥିତି ଏବଂ ଷ୍ଟିଭେନ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କ ଉପସ୍ଥିତିରେ ଘରୋଇ ଦଳ ୪-୦ ରେ ସିରିଜ ଜିତିବ । ମାତ୍ର ରାହାଣେ ତାହା ଭୁଲ ପ୍ରମାଣିତ କରିଦେଲେ । ବକ୍ସିଂ ଡେ’ ଟେଷ୍ଟରେ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଜିତିଲା । ସିଡ୍ନୀରେ ଅଶ୍ୱିନ ଓ ବିହାରୀ ମ୍ୟାଚ୍ ଅମିମାଂସିତ ରଖିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ପୁଣି ଗାବାରେ ସିରାଜ, ସର୍ଦୁଲ, ସୁନ୍ଦର, ଗିଲ୍ ଓ ପନ୍ତ ସବୁ ଗଡ଼ବଡ଼ କରି ପକାଇଲେ ।
ବକ୍ସିଂ ଡେ’ ବିଜୟକୁ ଘରୋଇ ପ୍ରଶଂସକ ସହଜରେ ଗ୍ରହଣ କରିନଥିଲେ । ତେଣୁ ସିଡ୍ନୀରେ ଭାରତୀୟ ଖେଳାଳିଙ୍କୁ କୁକୁର, ମାଙ୍କଡ଼ କହି ଜାତିଆଣ ଆକ୍ଷେପ କରିଥିଲେ । ଆହତ ଓ ଜାତିଆଣ ଆକ୍ଷେପକୁ ଭ୍ରୁକ୍ଷେପ ନକରି ଗାବାରେ ଲଢେ଼ଇ କରିଥିଲା ଭାରତ ।
୧୯୮୮ ମସିହାରେ ଶେଷ ଥର ପାଇଁ ଅଷ୍ଟେ୍ରଲିଆ ଗାବାରେ ୱେଷ୍ଟଇଣ୍ଡିଜ ଠାରୁ ୯ ୱିକେଟ୍ରେ ପରାଜିତ ହୋଇଥିଲା । ଭାରତ ୨୦୦୩ ଗସ୍ତରେ ଏଠାରେ ମ୍ୟାଚ୍ ଡ୍ର’ ରଖିଥିଲା । କିନ୍ତୁ ୨୦୧୪ ଗସ୍ତରେ ଘରୋଇ ଦଳଠୁ ୪ ୱିକେଟ୍ରେ ପରାଜିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons