ବ୍ଲାକ୍ରୋଜ୍ରେ ଧକ୍କା ହୋଇ ବୁଡ଼ିଲା ଡ଼ଙ୍ଗା

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ପାରାଦୀପ ସମୁଦ୍ର ଉପକୂଳରେ ବୁଡ଼ି ରହିଥିବା ବ୍ଲାକ୍ରୋଜ୍ ଜାହାଜରେ ଧକ୍କା ଖାଇ ଏକ ମାଛଧରା ଡ଼ଙ୍ଗା ପାଣିରେ ବୁଡ଼ିଯାଇଛି । ହେଲେ ସୌଭାଗ୍ୟବଶତଃ ଏଥିରେ ଥିବା ସମସ୍ତ ୬ ଜଣ ଯାକ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ଚାନ୍ଦବାଲିର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ‘ଜଗଜ୍ଜନନୀ-୪’ ମାଛଧରା ଡ଼ଙ୍ଗା ସମୁଦ୍ରରୁ ମାଛ ଧରି ଆଜି ସକାଳେ ନେହରୁବଙ୍ଗଳାସ୍ଥିତ ମାଛଧରା ବନ୍ଦରକୁ ଫେରୁଥିବା ସମୟରେ ସମୁଦ୍ର ଉପକୂଳରୁ ମାତ୍ର ୨ କିଲୋମିଟର ଦୂରରେ ୨୦୦୯ ମସିହାରେ ପାଣିରେ ବୁଡ଼ି ରହିଥିବା ବ୍ଲାକ୍ରୋଜ୍ ଜାହାଜରେ ଧକ୍କା ହୋଇଥିଲା । ଡ଼ଙ୍ଗାର ବେଗ ଅଧିକ ଥିବାରୁ ସେଥିରେ ଥିବା ୬ଜଣ ମତ୍ସ୍ୟଜୀବୀ ଚାନ୍ଦବାଲି ଅଞ୍ଚଳର କାଳୀଚରଣ ଦାସ, ସୁରେଶ ଦାସ, ବୟଲଚନ୍ଦ୍ର ଦାସ, କାହ୍ନୁ ଦତ୍ତ, ଅମୂଲ୍ୟ ମଲ୍ଲିକ ଓ ଆସ୍କା ଅଞ୍ଚଳର ସନ୍ତୋଷ ଗୌଡ଼ ଡ଼ଙ୍ଗା ସହିତ ପାଣିରେ ବୁଡ଼ିଯାଇଥିଲେ । ହେଲେ ପାଖରେ ଥିବା ଅନ୍ୟ ମାଛଧରା ଡ଼ଙ୍ଗାର ମତ୍ସ୍ୟଜୀବୀ ମାନେ ପହଞ୍ଚି ସମସ୍ତ ୬ ଜଣ ଯାକ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ । ଗତ ୨୦୦୯ ମସିହାରୁ ପାଣିରେ ବୁଡ଼ି ରହିଥିବା ବ୍ଲାକ୍ରୋଜ୍ ଜାହାଜକୁ ଅପସାରଣ କରିନେବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ବନ୍ଦର କର୍ତ୍ତୃପକ୍ଷ ଶୁଣୁ ନ ଥିବା ଅଭିଯୋଗ ହେଉଛି । ଏହାକୁ ଅପସାରଣ ନ କରାଗଲେ ଆଗକୁ ଏଭଳି ଅନେକ ଦୁର୍ଘଟଣା ଘଟିବା ଆଶଙ୍କା ଦେଖାଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons