ବ୍ଲେଡରେ ନିଜ ହାତ କାଟି ରାସ୍ତାରେ ଗଡିଲେ ନାବାଳିକା

Get real time updates directly on you device, subscribe now.

ଭଞ୍ଜନଗର: ବ୍ଲେଡ୍‌ରେ ନିଜ ହାତ କାଟି ରାସ୍ତାରେ ଗଡ଼ିଲେ ଜଣେ ନାବାଳିକା । କିଏ କେତେ ପଚାରିଲେ ବି କିଛି କାରଣ କହିଲେନି । ନାବାଳିକାଙ୍କୁ ଘେରିଯାଇଥିଲେ ଉକ୍ତ ରାସ୍ତା ଦେଇ ଯାଉଥିବା ଯାତ୍ରୀମାନ । ମୋତେ ମୋ ବ୍ଲେଡ୍‌ ଦିଅ, ମୁଁ ମୋ ହାତକୁ ଆହୁରି କାଟିବିଟ୍ଟ ।
ନାବାଳିକା ଜଣକ ଏଭଳି ପାଟିକରି ଚିତ୍କାର କରିବାକୁ ଲାଗିଲେ । ଭଞ୍ଜନଗର ବସ୍‌ଷ୍ଟାଣ୍ଡ୍‌ ନିକଟ ହନୁମାନ ମନ୍ଦିର ଠାରେ ଏହାକୁ ଦେଖିବାକୁ ଧିରେ ଧିରେ ଲୋକଙ୍କ ଭିଡ଼ ବଢ଼ିବାକୁ ଲାଗିଲା । ଉଦୁ ଉଦିଆ ଖରାରେ ନାବାଳିକା ପିଚୁ ରାସ୍ତା ଉପରେ ଶୋଇ ଗଡ଼ିଲେ । କାହା କଥା ଶୁଣିଲେ ନାହିଁ । ପ୍ରାୟ ଦୁଇ ଘଣ୍ଟା ଧରି ଏଭଳି ହାଇଡ୍ରମା ଚାଲିଥିଲା । ଟ୍ରାଫିକ୍‌ ସମସ୍ୟା ଦେଖାଗଲା । ପୁଲିସ ଆସି ସଂପୃକ୍ତ ନାବାଳିକାକୁ ରାସ୍ତା ଉପରୁ ଉଠାଇ ଥାନାକୁ ନେଇ ପଚରାଉଚୁରା କରିଥିଲା । ତାର ପରିବାର ଲୋକଙ୍କୁ ଡାକି ନାବାଳିକାକୁ ହସ୍ତାନ୍ତର କରିଛି । ରାସ୍ତା ଉପରେ ଦୀର୍ଘ ୨ଘଣ୍ଟା ଧରି ଚାଲିଥିବା ଏହି ହାଇଡ୍ରାମାର ଶେଷରେ ଅନ୍ତ ଘଟିଛି ।
ହେଲେ ସେଠାରେ ଉପସ୍ଥିତ ଥିବା କିଛି ମହିଳା ନାବାଳିକାକୁ ଏଭଳି କରିବାର କାରଣ ସଂପର୍କରେ ଜାଣିବାକୁ ଚାହିଁବା ପରେ ନାବାଳିକା ଜଣକ ଅତି ସନ୍ତର୍ପଣରେ ସେ ଭୁବନେଶ୍ୱରର ଏକ ହୋଟେଲରେ କାମ କରୁଥିଲି ବୋଲି କହିଥିଲେ। ହେଲେ ସେହି ହୋଟେଲରେ କାମ କରୁଥିବା ଆଉ ଜଣେ ଯୁବକ ସହ ମିଶି ସେ ରାତିରେ ଭଞ୍ଜନଗର ଚାଲିଆସିଥିଲେ। ଭୋରରୁ ଉଭୟେ ଏଠାରେ ପହଞ୍ଚିବାପରେ ଯୁବକ ଜଣକ ତାକୁ ଛାଡିଦେଇ କେଉଁଆଡେ ଚାଲିଗଲା । ସେ ଅସହାୟ ଅନୁଭବ କରି ସଂପୃକ୍ତ ଯୁବକଙ୍କୁ ପାଇବା ଆଶାରେ ଏଭଳି ହାତ କାଟି ରାସ୍ତାକଡରେ ଶୋଇଯାଇଥିବା ନାବାଳିକା ଜଣକ କହିଥିଲେ।
ଅନ୍ୟପକ୍ଷରେ ପୁଲିସ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିନେବାପରେ ସଂପୃକ୍ତ ନାବାଳିକାଙ୍କ ଘର ଚକାପାଦରେ ବୋଲି ଜାଣିବାକୁ ପାଇଥିଲେ । ପରେ ତାଠାରୁ ଘରର ଠିକଣା ଜାଣିବାପରେ ସଂପୃକ୍ତ ନାବାଳିକାଙ୍କ ପରିବାର ସହ ଯୋଗାଯୋଗ କରି ଶେଷରେ ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons