ବ୍ୟକ୍ତିଗତ ଜମିରେ ସରକାରୀ ପ୍ରକଳ୍ପ

Get real time updates directly on you device, subscribe now.

କଣିହାଁ,(ବି.ବି.ନୁ୍ୟଜ୍): ଗାଁ’ରେ ସରକାରୀ ଜମିର ଅଭାବ ନାହିଁ । ଅଥଚ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରକଳ୍ପ ନିର୍ମାଣ ହେଉଛି ଘରୋଇ ଜାଗାରେ । ନିର୍ଦ୍ଧିଷ୍ଟ ଜଣେ ଗ୍ରାମବାସୀଙ୍କ ବ୍ୟକ୍ତିଗତ, ପଟ୍ଟା ଜାଗାରେ ନିର୍ମାଣାଧୀନ ରହିଛି ୬୫ ଲକ୍ଷ ଟଙ୍କାର ପ୍ରକଳ୍ପ । ଆଉ ୩୦ ପ୍ରତିଶତ କାମ ବାକି ଥିବା ବେଳେ ଗ୍ରାମ୍ୟ ଜଳ ଓ ପରିମଳ (ଆର୍ଡବ୍ଲୁଏସ୍ଏସ୍) ବିଭାଗର ଏ ବିଚିତ୍ର ନୀତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିଲାଗି ଜାଗା ମାଲିକଙ୍କ ସହ କୌଣସି ଚୁକ୍ତି ହୋଇନାହିଁ । ଜାଗା ମାଲିକଙ୍କ ପରିବାରରୁ କାହାକୁ ଜଗୁଆଳି ନରଖିଲେ ସେ ପ୍ରକଳ୍ପ ଫାଟକରେ ତାଲା ପକାଇ ଦେବେ ବୋଲି ଗାଁ’ ଲୋକଙ୍କ ମଧ୍ୟରେ ଟୁପୁରୁଟାପୁରୁ ହେବା ପରେ ଘଟଣା ପଦାକୁ ଆସିଛି । କେବଳ ଏଇ ଗୋଟିଏ ଘଟଣା ନୁହେଁ, ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି କଣିହାଁ ବ୍ଲକ୍ରେ ଆର୍ଡବ୍ଲୁଏସ୍ଏସ୍ ବିଭାଗ ଦୁର୍ନୀତିର ଗନ୍ତାଘର ସାଜିଥିବା ଜଣାପଡ଼ିଛି ।
ପ୍ରକାଶ ଯେ, କଣିହାଁ ବ୍ଲକ୍ ହନୁମାନପୁର ବ୍ରାହ୍ମଣସାହିଠାରେ ବସବାସ କରୁଥିବା ସମଲ ବ୍ୟାରେଜ୍ ଦ୍ୱାରା ବିସ୍ଥାପିତଙ୍କ ନିମନ୍ତେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୬୫ ଲକ୍ଷ ମଂଜୁର ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପାଖାପାଖି ୩୦୦ ପରିବାରର ଜଳକଷ୍ଟ ଦୂର ହେବ । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଜରିଆରେ କାମ ହେଉଛି । ବିଭାଗୀୟ କନିÂଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଖୋଲାଯାଇଛି । ପାଖାପାଖି ୭୦ ପ୍ରତିଶତ କାମ ଶେଷ ହେଲାଣି । ତେବେ ସବୁଠାରୁ ଉଦ୍ବେଗର ପ୍ରସଙ୍ଗ ହେଲା, ଗାଁ’ରେ ଅନେକ ସରକାରୀ ଜମି ଥାଇ ଥାଉ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ପଟ୍ଟା ଜାଗାରେ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏକ ଘରୋଇ ଜମି ଉପରେ ସରକାରୀ ପ୍ରକଳ୍ପ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ଦ୍ୱିଧା କଲେନି କେମିତି? ଭବିଷ୍ୟତରେ ସଂପୃକ୍ତ ଜାଗା ମାଲିକ ପ୍ରକଳ୍ପଟିକୁ ଦଖଲକୁ ଯେ ନେଇନଯିବେ ସେ ଗ୍ୟାରେଂଟି କିଏ ଦେବ? ଏଭଳି ଅନେକ ପ୍ରଶ୍ନ ଏବେ ସ୍ଥାନୀୟ ଅଧିବାସୀଙ୍କୁ ଆନେ୍ଦାଳିତ କରୁଛି ।
ଏ ଘଟଣା ସମ୍ପର୍କରେ ପ୍ରକଳ୍ପର କାର୍ଯ୍ୟାଦେଶ ପାଇଥିବା ବିଭାଗୀୟ କନିÂ ଯନ୍ତ୍ରୀ ସରୋଜ କୁମାର ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ସଂପୃକ୍ତ ଗ୍ରାମବାସୀ ସେ ଜାଗାକୁ ଦଖଲ କରି ରଖିଥିଲେ । ଗାଁ’ ଲୋକଙ୍କ ଉପସ୍ଥିତିରେ ସେ ଜାଗାରେ ସର୍ବସାଧାରଣଙ୍କ ନିମନ୍ତେ ପାନୀୟ ଜଳ ପ୍ରକଳ୍ପ କରାଯାଉ ବୋଲି ଜାଗା ମାଲିକ ସମ୍ମତି ଜଣାଇବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏ ନେଇ କାହିଁକି ଚୁକ୍ତି କରାଗଲା ନାହିଁ କି ସେ ଜାଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଆର୍ଡବ୍ଲୁଏସ୍ଏସ୍ ବିଭାଗ ନାମରେ ପଂଜୀକରଣ କରାଗଲା ନାହିଁ ପଚରାଯିବାରୁ ଶ୍ରୀ ପ୍ରଧାନ ପ୍ରକଳ୍ପ ପରିସୀମା ମଧ୍ୟରେ ତାଙ୍କର ଜାଗା ନାହିଁ ବୋଲି ଦ୍ୱନ୍ଦ୍ୱାତ୍ମକ ଉତ୍ତର ରଖିଥିଲେ । ମାତ୍ର କନିÂ ଯନ୍ତ୍ରୀଙ୍କ ଏ ସଫେଇ ଏବଂ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରେ କୌଣସି ତାଳମେଳ ରହୁନାହିଁ । ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ହନୁମାନପୁର ଦୋବାଟି ଛକରେ ଖାତା ନଂ-୯, ପ୍ଲଟ୍ ନଂ-୧୫୮୦ରେ ନିର୍ମାଣ ହୋଇଛି ପାନୀୟ ଜଳ ପ୍ରକଳ୍ପ । ତଇଳା କିସମ ଏହି ଜମିର ପଟ୍ଟାଦାର ହେଉଛନ୍ତି ସ୍ୱର୍ଗତ କହ୍ନେଇ ସାହୁ । ସଂପ୍ରତି ତାଙ୍କର ଉତ୍ତରାଧିକାରୀ ହେଉଛନ୍ତି ସେ ଜାଗାର ମାଲିକ । ତେବେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କ’ଣ ଏମିତି ବାଧ୍ୟବାଧକତା ପଡ଼ିଲା ଯେ ସେ ସରକାରୀ ଜାଗା କଥା ଚିନ୍ତା ନକରି ଜଣେ ଗ୍ରାମବାସୀଙ୍କ ବ୍ୟକ୍ତିଗତ ଜାଗାରେ ସରକାରୀ ପ୍ରକଳ୍ପ ନିର୍ମାଣ କରିବାକୁ କୁଣ୍ଠା ପ୍ରକାଶ କରାଗଲା ନାହିଁ ।
ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ନିର୍ବହୀ ଯନ୍ତ୍ରୀ ଇଂ. ବିକାଶ ଦାଶଙ୍କ ସହ ଯୋଗାଯୋଗ କରାଯାଇଥିଲା । ଶ୍ରୀ ଦାଶ କହିଛନ୍ତି, ନିର୍ଦ୍ଧିଷ୍ଟ ପ୍ରକଳ୍ପ ସମ୍ପର୍କରେ ସେ ଅବଗତ ନଥିବା ନାହାନ୍ତି । ତେବେ ଏ ସମ୍ପର୍କରେ ବୁଝିବେ । ସରକାରୀ ଜାଗାରେ ପ୍ରକଳ୍ପ ହେବା କଥା । କେତେକ ସ୍ଥାନରେ ଗ୍ରାମବାସୀ ଏଥିଲାଗି ଜମି ଦାନ କରୁଛନ୍ତି । ଅନେକ ସ୍ଥାନରେ ପ୍ରଥମେ ଜାଗା ଦାନ କରିବା ପରେ ପରବର୍ତୀ ସମୟରେ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ନିର୍ବାହୀଯନ୍ତ୍ରୀ ସୂଚନା ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons