ବ୍ୟାଙ୍କ ମହାମିଶ୍ରଣ: ଟେକ୍ନୋଲୋଜି ମିଶ୍ରଣ ବଡ଼ ଆହ୍ୱାନ

Get real time updates directly on you device, subscribe now.

ନୂଆଦିଲ୍ଲୀ:ଶୁକ୍ରବାର ସରକାର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମହାମିଶ୍ରଣ ଘୋଷଣା କରିଛନ୍ତି । ଏମାନଙ୍କୁ ମିଶାଇ ୪ଟି ବଡ଼ ବ୍ୟାଙ୍କ ଗଠନ ହେବ । ପରବର୍ତ୍ତୀ ପିଢ଼ି ବ୍ୟାଙ୍କିଂ ଶିଳ୍ପକୁ ହାଇଟେକ୍ କରିବା ପାଇଁ ଏ ନିଷ୍ପତ୍ତି ନିଆଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି । କିନ୍ତୁ ଅର୍ଥନୀତିଜ୍ଞଙ୍କ ମତରେ ଏହାର ରାସ୍ତା ସେତେଟା ସହଜ ନୁହେଁ । ଅନେକ ବଡ଼ ବଡ଼ ଆହ୍ୱାନ ରହିଛି, ଯାହାକୁ ସାମ୍ନା କରିବାକୁ ପଡ଼ିବ । ଟେକ୍ନୋଲୋଜି ଏବଂ ମାନବସମ୍ବଳର ଏକୀକରଣ ବଡ଼ ଚ୍ୟାଲେଞ୍ଜ୍ ରହିବ । ତା’ସହିତ ଅନେକ ସଂଖ୍ୟାରେ ଏଟିଏମ୍ ଏବଂ ଶାଖା ବନ୍ଦ ହୋଇଯିବ ।
ନିଷ୍ପତ୍ତି ଅନୁସାରେ ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଏବଂ ୟୁନାଇଟେଡ୍ ବ୍ୟାଙ୍କ ମିଶିବ । କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କ ଏବଂ ୟୁନିଅନ ବ୍ୟାଙ୍କ ସହ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ମିଶିବେ । ସେହିଭଳି ଇଣ୍ଡିଆନ୍ ବ୍ୟାଙ୍କ ସହ ଆହ୍ଲାହାବାଦ ବ୍ୟାଙ୍କ ମିଶିବ । ଏହି ମିଶ୍ରଣ ପଥରେ ରହିଛି ଅନେକ ଆହ୍ୱାନ ।
ଟେକ୍ନୋଲୋଜିର ମିଶ୍ରଣ ହେବ କଷ୍ଟକର
ଏହି ମହାମିଶ୍ରଣରେ ସବୁଠାରୁ ସହଜ କାର୍ଯ୍ୟ ହେଉଛି ବ୍ୟାଙ୍କଗୁଡିକର ବାଲାନ୍ସ ସିଟ୍କୁ ଏକତ୍ର କରିବା । ଏହାପରେ ଜମା ରାଶିର ଏକତ୍ରୀକରଣ ଏବଂ ଏଟିଏମ୍ ନେଟ୍ୱର୍କର ବିଲୟ ମଧ୍ୟ ଅପେକ୍ଷାକୃତ ସହଜ ହେବ । କିନ୍ତୁ ଦୁଇଟି ଆଇଟି ପ୍ଳାଟ୍ଫର୍ମରେ କାର୍ଯ୍ୟ କରୁଥିବା ନେଟ୍ୱର୍କର ମିଶ୍ରଣ କରି ଗୋଟିଏ କରିବା କଷ୍ଟକର ହେବ । ଏହାଠାରୁ ଭଲ ହେବ ଏକ ନୂଆ ନେଟ୍ୱର୍କ ସ୍ଥାପନ କରିବା ।
କର୍ମଚାରୀ ଏବଂ ଗ୍ରାହକଙ୍କ ସମସ୍ୟା
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହ ଏହାର ସହଯୋଗୀ ବ୍ୟାଙ୍କଗୁଡିକର ମିଶ୍ରଣ ବେଳେ ବ୍ୟାଙ୍କର ତକ୍ରାଳୀନ ଅଧ୍ୟକ୍ଷ ଥିଲେ ଅରୁନ୍ଧ୍ୱତି ଭ;ାଚାର୍ଯ୍ୟ । ତାଙ୍କ ଅନୁସାରେ, ମିଶ୍ରଣ ହୋଇଥିବା ବ୍ୟାଙ୍କଗୁଡିକ ଏସ୍ବିଆଇ ସହ ଜଡ଼ିତ ଥିଲେ କିନ୍ତୁ ସବୁ ବ୍ୟାଙ୍କର କାର୍ଯ୍ୟ ପରମ୍ପରା ଭିନ୍ନ ଥିଲା । ବ୍ୟାଙ୍କଗୁଡିକରେ ୨୪୨ ପ୍ରକାର ଟେକ୍ନୋଲୋଜିର ବ୍ୟବହାର ହେଉଥିଲା । ଏଭଳି କ୍ଷେତ୍ରରେ ମିଶ୍ରଣ ପରେ କର୍ମଚାରୀଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ । ଏହାର ସମାଧାନ ପାଇଁ ଏସ୍ବିଆଇ ପକ୍ଷରୁ ଏକ ପୋର୍ଟାଲ କରାଯାଇଥିଲା । ଗୋଟିଏ ଦିନରେ ଗ୍ରାହକଙ୍କ ପକ୍ଷରୁ ପ୍ରାୟ ୨୦୦ ପ୍ରଶ୍ନ ଆସୁଥିଲା । ଏହା ଗ୍ରାହକଙ୍କ ମନରେ ଥିବା ଆଶଙ୍କା ଦୂର କରିବା ପାଇଁ ଉଦ୍ଧିଷ୍ଟ ଥିଲା । ମିଶ୍ରଣ ହେବାକୁ ଥିବା ବ୍ୟାଙ୍କଗୁଡିକ ଏଭଳି ବ୍ୟବସ୍ଥା ଆଣିବା ଦରକାର ବୋଲି ଭ;ାଚାର୍ଯ୍ୟ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ବ୍ୟାଙ୍କ ସମିଶ୍ରଣର ଫାଇଦା ଦେଖିବା ପାଇଁ ୨ ବର୍ଷରୁ ଅଧିକ ସମୟ ଲାଗିପାରେ ।
ବ୍ୟାଙ୍କ ଅଫ୍ ବରୋଦାର ଏମ୍ଡି ପି. ଏସ୍ ଜୟକୁମାର କହିଛନ୍ତି ଯେ, ବ୍ୟାଙ୍କଗୁଡିକର ଟେକ୍ନୋଲୋଜି ଏକୀକରଣ ପାଇଁ ୧୨ରୁ ୧୮ ମାସ ସମୟ ସମୟ ଲାଗିବ । ସମସ୍ତ ବ୍ୟାଙ୍କ ଫିନାକଲ(ଇନ୍ଫୋସିସ୍ର କୋର୍ ବ୍ୟାଙ୍କିଙ୍ଗ ଉପôାଦ) ବ୍ୟବହାର କରିଥାନ୍ତି କିନ୍ତୁ ସବୁଯାକ ଭର୍ସନ ଭିନ୍ନ ଭିନ୍ନ ।
୧୦ଟି ବ୍ୟାଙ୍କ ସମିଶ୍ରଣରେ ଆଉ ଏକ ବଡ଼ ସମସ୍ୟା ହେଉଛି କେଉଁ ଶାଖାକୁ ଚାଲୁ ରଖାଯିବ ଆଉ କେଉଁଗୁଡିକୁ ବନ୍ଦ କରାଯିବ । ଯେପରି କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ୍ ବ୍ୟାଙ୍କ ଉଭୟ କର୍ଣ୍ଣାଟକରେ ଅଛି । ଉଭୟ ପରସ୍ପର ସହ ମିଶିବେ । ଅନେକ ଜାଗାରେ ଉଭୟଙ୍କ ଶାଖା ପାଖାପାଖି ରହିଛି । ଏଭଳି କ୍ଷେତ୍ରରେ ଚ୍ୟାଲେଞ୍ଜ୍ ହେଉଛି ପାଖାପାଖି ଥିବା ଶାଖାଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ନା କିଛି ଶାଖାକୁ ବନ୍ଦ କରି ଦିଆଯିବ ।
ଭିନ୍ନ ଭିନ୍ନ କାର୍ଯ୍ୟ ପରମ୍ପରା
ସାଂସ୍କୃତିକ ଏକୀକରଣ ଏକ ବଡ଼ ଚ୍ୟାଲେଞ୍ଜ୍ । ମିଶ୍ରଣ ବେଳେ ଅନେକ ରଣନୀତି ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ସଂସ୍କୃତି ଏଭଳି ଜିନିଷ ଯାହାକି ରଣନୀତିକୁ ସମାପ୍ତ କରିଦିଏ । ସମସ୍ତ ସଂଗଠନର ଭିନ୍ନ ଭିନ୍ନ ସଂସ୍କୃତି ଥାଏ । ଏହାକୁ ମିଶାଇବା ପାଇଁ ଲମ୍ବା ସମୟ ଲାଗିଥାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons