ଓଲିଉଡ ଚକୋଲେଟ୍ ବୟ ସବ୍ୟସାଚୀ ମିଶ୍ର କେତେବେଳେ କେଉଁ ରୂପରେ ନଜର ଆସୁଛନ୍ତି ତାଙ୍କୁ ଚିହ୍ନିବା ମୁସ୍କିଲ୍ ହେଲାଣି । କେଉଁଠି ବ୍ୟାଣ୍ଡ୍ ପାର୍ଟିରେ ସାମିଲ ହୋଇ ବ୍ୟାଣ୍ଡ୍ ବଜାଇଲେଣି ତ ପୁଣି କେଉଁଠି ପାରଶ୍ଛରିକ ପୋଷାକରେ ଘୋଡ଼ାନାଚ କଲେଣି । ବିନା ସିନେମାରେ ତାଙ୍କର ଏତେ ରୂପ ଆଉ ସୋସିଆଲ୍ ମିଡିଆରେ ଆକର୍ଷଣୀୟ ପୋଜ୍ଭରା ଫଟୋ ପୋଷ୍ଟ୍ ଫ୍ୟାନ୍ ଫଲୋରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଆମେ ବି ସେଥିରୁ ବର୍ତ୍ତିନଥିଲୁ । ଏବେ ଚକୋଲେଟ୍ ବୟଙ୍କ କୌଣସି ସିନେମା ନାହିଁ । ୨ଟି ବଡ଼ ବଜେଟ୍ର ଓଡ଼ିଆ ସିନେମା ପାଇଁ ପ୍ରାରମ୍ଭିକ ଆଲୋଚନା ଚାଲିଛି । ମୁକ୍ତିଲାଭ ଅପେକ୍ଷାରେ ରହିଛି ଏକ ତ୍ରିଭାଷୀ ଚଳଚ୍ଚିତ୍ର । ଓଡ଼ିଆରେ ଏହାର ଶୀର୍ଷକ ‘ଯେତେ ଗୋରୀ ସେତେ ଷ୍ଟୋରୀ’ ଥିବାବେଳେ ତାମିଲ୍ରେ ‘ନାଧିର ଧିନ୍ନା’ ଏବଂ ତେଲୁଗୁରେ ‘ଆଦି ଓକ୍କା ଇଡିଲେ’ ରହିଛି । ତିନୋଟିଯାକ ସିନେମା ଆଗକୁ ରିଲିଜ୍ ହେବ । ତେଣୁ ଏବେ ପୂରା ଫ୍ରି ଥିବା ସବ୍ୟ ଜଣେ ସଶ୍ଛର୍କୀୟ ଭାଇଙ୍କ ବିବାହରେ ଯୋଗଦେବାକୁ ରାଜସ୍ଥାନର କୋଟା ଯାଇଥିଲେ । ସେଠାରେ ସେମାନଙ୍କ ବେଶପୋଷକରେ ସୁସଜ୍ଜିତ ହୋଇ ଦୁଇତିନୋଟି ଫଟୋ ଉଠାଇ ତାକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ଫ୍ୟାନ୍ସଙ୍କୁ ଚକ୍ମା ଦେଲେ । ସବୁବେଳେ ଫଟୋ ଫ୍ରେମ୍ରେ ବାନ୍ଧି ହୋଇ ରହୁଥିବା ସବ୍ୟ କେମିତିବା ଏହି ସୁଯୋଗକୁ ହାତଛଡ଼ା କରିଥାଆନ୍ତେ ।
Comments are closed, but trackbacks and pingbacks are open.