କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ପଡ଼ାଗାଁରେ ବ୍ୟାପିଛି ଡାଇରିଆ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଅଛନ୍ତି। ମୃତକଙ୍କ ନାଁ ପ୍ରେମଶୀଲା ସାହୁ। ଗୁରୁତରଙ୍କୁ ମଦନପୁର ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ହଠାତ୍ ଗାଁର ୧୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ଏକ ମେଡିକାଲ୍ ଟିମ୍ ଗାଁକୁ ଯାଇ ଚିକିତ୍ସା କରିଥିଲା। ପରେ ୧୫ଜଣ ଗୁରୁତରଙ୍କୁ ମଦନପୁର ରାମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲ॥
ତେବେ କେଉଁ କାରଣରୁ ଗାଁରେ ଡାଇରିଆ ବ୍ୟାପିଛି ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଗାଁକୁ ରାସ୍ତା ନ ଥିବାରୁ ଲୋକେ ଅନେକ ସମୟରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।
Comments are closed, but trackbacks and pingbacks are open.