ବୟସ ୫୯, ବାଟ ୬୦୦ କିମି, ୧୭ ଦିନ ଚାଲି ଡୁ୍ୟଟିରେ ଯୋଗଦେଲେ

Get real time updates directly on you device, subscribe now.

କରୋନାକୁ ହରାଇବା ପାଇଁ ଦେଶ ଏବେ ଲକ୍ଡାଉନ୍ରେ ଥିବା ବେଳେ କିଛି ଲୋକ ନିୟମ ଭାଙ୍ଗି ନିଜ ଓ ଅନ୍ୟ ଲାଗି ବିପଦ ସୃଷ୍ଟି କରୁଛନ୍ତି । କିନ୍ତୁ ୫୯ ବର୍ଷୀୟ ଜଣେ ହେଡ୍ କନଷ୍ଟେବଳ ୧୭ ଦିନ ଚାଲି ଚାଲି ଆସି ଡୁ୍ୟଟିରେ ଯୋଗଦେଇଛନ୍ତି । ବୟସ ୫୯ ବର୍ଷ ହୋଇଥିବା ସତ୍ତେ୍ୱ ସେ ଦୀର୍ଘ ୬୦୦ କିଲୋମିଟର ଚାଲି ଚାଲି ଆସି ପହଞ୍ଚିଛନ୍ତି । କରୋନାକୁ ମାତ୍ ଦେବା ପାଇଁ ଏବେ ଦେଶର ତମାମ ପୁଲିସ ବ୍ୟବସ୍ଥା ଅଣ୍ଟା ଭିଡ଼ିଥିବା ବେଳେ ନିଜ କର୍ତ୍ତବ୍ୟ ନିର୍ବାହ ପାଇଁ ଏହି କନଷ୍ଟେବଳ ଜଣକ ଧାଇଁଆସିଛନ୍ତି ।
ଏହି ଯୋଦ୍ଧା ଜଣକ ହେଉଛନ୍ତି ମଧ୍ୟ ପ୍ରଦେଶ ପୁଲିସର ହେଡ୍ କନଷ୍ଟେବଳ ରମେଶ ସିଂହ ତୋମର । ଗ୍ୱାଲିୟରରୁ ଉଜ୍ଜୈନ ପର୍ଯ୍ୟନ୍ତ ସେ ଚାଲି ଚାଲି ଆସିଛନ୍ତି । ଥାନାରେ ପହଞ୍ଚିବା ପରେ କିଛି ପୁଲିସ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପ୍ରଶଂସା କରିବା ସହ ସାଲୁ୍ୟଟ୍ ମାରିଛନ୍ତି । ଲକ୍ଡାଉନ୍ ନିୟମ ମାନି ସେ ଏଭଳି କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଲକ୍ଡାଉନ୍ ନିୟମ ମାନି ଘରେ ସୁରକ୍ଷିତ ରହିବା ଲାଗି ଲୋକଙ୍କୁ ଏହା ଉତ୍ସାହିତ କରିବ ବୋଲି ଉଜ୍ଜୈନର ନୀଲଗଙ୍ଗା ଥାନା ପକ୍ଷରୁ ଆଶା କରାଯାଇଛି ।
ହେଡ୍ କନଷ୍ଟେବଳ ତୋମର ଥାନାରେ ପହଞ୍ଚିବା କ୍ଷଣି ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏହାପରେ ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଥିଲା । କିନ୍ତୁ ସେ ମନାକରିବାରୁ ତାଙ୍କୁ ଚେକ୍ଅପ୍ ପାଇଁ ହସ୍ପିଟାଲ ପଠାଯାଇଥିଲା । ତେବେ ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହେବା ପରେ ତାଙ୍କୁ ସୋମବାରଠାରୁ ଡୁ୍ୟଟିରେ ପଠାଯିବ ବୋଲି ଥାନାଧିକାରୀ କହିଛନ୍ତି ।
ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ହେଡ୍ କନଷ୍ଟେବଳ ତୋମର୍ ମାର୍ଚ୍ଚ ୨୦ରେ ଏକ ରିପୋର୍ଟ ଦେବା ପାଇଁ ଗ୍ୱାଲିୟରରେ ଥିବା ଏଫ୍ଏସ୍ଏଲ୍ ଲାବ୍କୁ ଯାଇଥିଲେ । ମାର୍ଚ୍ଚ ୨୨ରେ ଜନତା କର୍ଫୁ୍ୟ ହେବା ପରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା । ଫଳରେ ସେଠାରେ ସେ ଫସିଯାଇଥିଲେ । ଏହାପରେ ଗ୍ୱାଲିୟରରେ ଥିବା ନିଜ ଝିଅଜ୍ୱାଇଁଙ୍କ ଘରେ ରହିଥିଲେ । ଏହାପରେ ସେ ନିଜ ଘର ମୁରୈନା ଚାଲିଯାଇଥିଲେ । କିନ୍ତୁ ଡୁ୍ୟଟିରେ ଯୋଗଦେବା ଜରୁରି ଥିବାରୁ ସେ ପାଦରେ ଚାଲି ଚାଲି ଆସିବାକୁ ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons