ଭଙ୍ଗାଯିବ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ କୋଠା

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଶହେ ବର୍ଷରୁ ଅଧିକ ପୁରୁଣା ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟ କୋଠାର ପୁନଃନିର୍ମାଣ ହେବ । ଏହି କୋଠାରେ ରହିଛି ୨୫ଟି ଦୋକାନ । କୋଠାର ତିନି କଡ଼ରେ ଏହି ଦୋକାନଗୁଡିକ ରହିଛି । ପୁରୁଣା କୋଠାର ନବୀକରଣ ପାଇଁ କୋଠା ଭଙ୍ଗାଯିବ । ଏହି କାରଣରୁ କୋଠାର ତିନି ପାଖରେ ରହିଥିବା ଦୋକାନୀଙ୍କୁ ଉଠାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏହି ଦୋକାନୀଙ୍କୁ ଜଗନ୍ନାଥ ବଲ୍ଲଭ କ୍ରାଫ୍ଟ କମ୍ପେ୍ଳକ୍ସରେ ଦୋକାନ ଦେବାକୁ ରାଜ୍ୟ ଆଇନ ମନ୍ତ୍ରୀ ଗତବର୍ଷ ନିଦେ୍ର୍ଧଶ ଦେଇଥିଲେ ।
ମନ୍ତ୍ରୀଙ୍କ ଆଦେଶ ପୂର୍ବରୁ ୨୦୧୭ରେ ତକ୍ରାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କୋଠାର ପୁନଃନିର୍ମାଣ ଏବଂ ଦୋକାନୀଙ୍କ ଉଚ୍ଛେଦ ପ୍ରକିୟା ଉପରେ କାର୍ଯ୍ୟାନୁÂାନ ଆରମ୍ଭ କରିଥିଲେ । ଏବେ ପରିଚାଳନା କମିଟି ବୈଠକରେ ଏହି କୋଠାର ପୁନଃ ନିର୍ମାଣ ଏବଂ ଦୋକାନୀଙ୍କୁ ଉଠାଇବା ପ୍ରସ୍ତାବ ଉଠିଥିଲା । ପରିଚାଳନା କମିଟିର ବୈଠକରେ କିଛି ସଦସ୍ୟ କୋଠା ପୁନଃନିର୍ମାଣ ଏବଂ ଦୋକାନୀଙ୍କୁ ଉଠାଇବା ନିଷ୍ପତ୍ତିକୁ ବିଳମ୍ବ କରିବାକୁ ମତ ଦେଇଥିଲେ । କମିଟି କିନ୍ତୁ ଏହି କୋଠାର ନବୀକରଣ ଏବଂ ଦୋକାନୀଙ୍କୁ ଉଠାଇବାକୁ ଗତ ୨୦ ତାରିଖ ବୈଠକରେ ନିଷ୍ପତ୍ତି ନେଇଛି ।
ସୂଚନା ମୁତାବକ ଦୋକନୀମାନେ ଦୋକାନ ଭଡ଼ା ନେବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନକୁ ୩୪ ଲକ୍ଷ ୨୩ ହଜାର ଟଙ୍କା ଅମାନତ ରାଶି ଦେଇଛନ୍ତି । ଦୋକାନୀଙ୍କ ଅମାନତ ଟଙ୍କାକୁ ଫେରାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଚଳାଇଛ । ତା ବ୍ୟତୀତ ଶ୍ରୀମନ୍ଦିର ପ୍ରଶାସନକୁ ଏହି ଦୋକାନୀମାନେ ମାସିକ ୪ ଲକ୍ଷ ୨୪ ହଜାର ଟଙ୍କା ଦେଉଛନ୍ତି । ଦୋକାନ ଉଚ୍ଛେଦ ହେଲେ ଶ୍ରୀମନ୍ଦିର ପ୍ରଶାସନ ଘର ଭଡ଼ା ବାବଦ ରାଜସ୍ୱ ହରାଇବ । ଅନ୍ୟପକ୍ଷରେ ୨୫ ଦେକାନୀଙ୍କୁ ଅନ୍ୟତ୍ର ଥଇଥାନ କରିବା ପୂର୍ବରୁ ୩୪ ଲକ୍ଷ ୨୩ ହଜାର ଟଙ୍କର ଅମାନତ ଜମା ଫେରାଇ ଦିଆଯିବ ବୋଲି ସୂଚନା ମିଳିଛି । ଏହି ମର୍ମରେ ପ୍ରଶାସନିକ ନିଷ୍ପତ୍ତି ମଧ୍ୟ ହୋଇସାରିଛି ।
ଦୋକାନୀଙ୍କ ଥଇଥାନ ନେଇ ସୂଚନା ମିଳିଛି ଯେ, ରାଜସ୍ୱ ମନ୍ତ୍ରୀଙ୍କ ଆଦେଶ କ୍ରମେ ପୁରୀ ପ୍ରଶାସନର ବରିÂ ଅଧିକାରୀମାନେ ଏକ ବୈଠକ କରିଥିଲେ । ବୈଠକରେ ବିସ୍ଥାପିତ ହେଉଥିବା ଦୋକାନୀଙ୍କ ପ୍ରସଙ୍ଗ ଆଲୋଚନା ହୋଇଥିଲା । ଜଗନ୍ନାଥ ବଲ୍ଲଭ ମଠରେ ଥିବା କ୍ରାଫ୍ଟ କମ୍ପେ୍ଳକ୍ସରେ ବିସ୍ଥାପିତ ହେଉଥିବା ଦୋକାନୀଙ୍କ ପାଇଁ ୨୫ଟି ରୁମ୍ ମଞ୍ଜୁର କରିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଏହି ମାର୍କେଟ କମ୍ପେ୍ଳକ୍ସରେ ୨୫ଟି ଦୋକାନ ଘର ଦେବାକୁ ପର୍ଯ୍ୟଟନ ବିଭାଗ ସହମତି ଦେଇଥିବା ଖବର ମିଳିଛି ।
ଶ୍ରୀମନ୍ଦିର ପୁରୁଣା କୋଠାରେ ରହିଥିବା ଅଫିସ ପ୍ରକୋÂଗୁଡ଼ିକରେ କାମ କରିବାକୁ ସ୍ଥାନ ଅଭାବ ଦେଖାଦେଇଛି । ତା ବ୍ୟତୀତ ମୁଖ୍ୟ କାର୍ଯ୍ୟାଳୟର ବେସମେଣ୍ଟରେ ପାର୍କିଂ ତଥା ରଥ ଅଂଶ ରଖାଗଲେ ପ୍ରସ୍ତାବିତ ନୂତନ କୋଠାରେ ଅଧିକ ଜାଗା ବାହାର କରିବାକୁ ପଡ଼ିବ । ଏହି ଜାଗା ଦୋକାନ ଉଚ୍ଛେଦ ପରେ ବାହାରିବ ବୋଲି ଆକଳନ ହୋଇଛି । ଇତିମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନର ପୁରୁଣା କୋଠା ଭାଙ୍ଗି ନୂତନ କୋଠା ନିର୍ମାଣ ପାଇଁ ବ୍ୟୟ ଅଟକଳ ମଧ୍ୟ ପ୍ରସ୍ତୁତ ହୋଇଛି । ଏହି ସବୁ ପ୍ରସ୍ତାବକୁ ୨୦ ତାରିଖରେ ଅନୁÂିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦନ ମିଳିଛି । ନୂତନ କୋଠାର ଭିତର ପାଖ ପ୍ରକୋÂଗୁଡିକ ଆଧୁନିକ ଶୈଳୀରେ ନିର୍ମାଣ ହେବ । ତେବେ ପୁରୁଣା କୋଠାର ବାହାର ଡିଜାଇନ ନିର୍ମାଣ ଶୈଳୀ କଳିଙ୍ଗ ମନ୍ଦିର ଶୈଳୀ ଆଧାରରେ ହେବ ବୋଲି ଖବର ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ନବକଳେବର ବେଳେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ କଡ଼କୁ ଲାଗି ରହିଥିବା ପୁରୁଣା କୋଠାକୁ ଭାଙ୍ଗି ଏହି ସ୍ଥାନରେ ନୂତନ କୋଠା ନିର୍ମାଣ ହୋଇଛି । ଏହି କୋଠାର ଦ୍ୱିତୀୟ ମହଲାରେ ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, କନଫରେନ୍ସ ହଲ ଆଦି ରହିଛି । ମା’ ଚର୍ଚ୍ଚିକାଙ୍କ ମନ୍ଦିରକୁ ଲାଗି ଠିଆ ହୋଇଥିବା ନୂତନ କୋଠାରେ ତଳେ ଶ୍ରୀମନ୍ଦିର ପ୍ରଶାସନର ବରିÂ ଅଧିକାରୀଙ୍କ ଚାରିଚକିଆ ଯାନ ପାର୍କିଂର ବ୍ୟବସ୍ଥା ହୋଇଛି । ତା ବ୍ୟତୀତ ରଖ ନିର୍ମାଣ ବେଳେ ତିନିରଥର ପାଶ୍ୱର୍ ଦେବତା ତଥା ରଥର ବିଭିନ୍ନ ରଥ ଅଳଙ୍କରଣ ସାମଗ୍ରୀ ରଖାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons