
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ସନ୍ତୋଷୀମା’ ନଗର ଦେଇ ଯାଉଛନ୍ତି କି । ତାହେଲେ ଟିକିଏ ସାବଧାନ । କାରଣ କଲଭର୍ଟର ଗୋଟିଏ ସାଇଡ ଭାଙ୍ଗି ଯାଇଛି । ଦୀର୍ଘଦିନ ହେବ କଲଭର୍ଟର ସ୍ଲାବ ଭାଙ୍ଗି ଯାଇଥିଲେ ବି ପୌରସଂସ୍ଥା ପକ୍ଷରୁ ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଇନି । ମାତ୍ର କେଇଟା ଟଙ୍କା ଖର୍ଚ୍ଚ କରିଦେଲେ ସମସ୍ୟାର ସମାଧାନ ହୋଇପାରନ୍ତା । ଅଯଥାରେ ଆବଶ୍ୟକ ନଥିବା ସ୍ଥାନରେ ଡ୍ରେନ ଉପରେ ସିମେଣ୍ଟ ପ୍ଲେଟ ପକାଯାଉଛି । କିନ୍ତୁ ଏହି ସ୍ଥାନ ଉପରେ କାହାର ନଜର ନାହିଁ ।
ସାହିବାସିନ୍ଦା କହିଛନ୍ତି, କାଉନସିଲ୍ ନଥିବାରୁ ଅଧିକାରୀମାନେ କାହା କଥା ଶୁଣୁନାହାନ୍ତି । ସେମାନେ ଯାହା ଇଚ୍ଛା ତାହା କରିଚାଲିଛନ୍ତି । ସାହିରେ ଥିବା କଲଭର୍ଟର ଗୋଟିଏ ପାଶ୍ୱର୍ ଭାଙ୍ଗିଯାଇଛି । ଯାହାଫଳରେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ବୁଲାଣି ରାସ୍ତାରେ ଥିବା ଏହି ଭଙ୍ଗା କଲଭର୍ଟ ଯୋଗୁ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହାକୁ ତିଆରି କରିବାକୁ ପୌରସଂସ୍ଥାକୁ ଅନୁରୋଧ କରାଯାଉଛି । କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ତୁରନ୍ତ ଭାଙ୍ଗିଥିବା କଲଭର୍ଟ ମରାମତି କରାଯାଉ ।


Comments are closed, but trackbacks and pingbacks are open.