ଭଦ୍ରକରେ ପହଞ୍ଚିଲେ ୩୮ ପ୍ରବାସୀ ଓଡ଼ିଆ

Get real time updates directly on you device, subscribe now.

ଭଦ୍ରକ, (ବି.ବି.ନୁ୍ୟଜ୍): ପ୍ରଥମ ଥର ପାଇଁ ଭଦ୍ରକରେ ପହଞ୍ଚିଛନ୍ତି ପ୍ରବାସୀ ଓଡ଼ିଆ । ନିଜ ଖର୍ଚ୍ଚରେ ଦୀର୍ଘ ୫୪ ଘଣ୍ଟା ଯାତ୍ରା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ସମେତ ୩୮ ଜଣ ଯାତ୍ରୀ ଆସି ଭଦ୍ରକରେ ପହଞ୍ଚିଛନ୍ତି । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରବାସୀଙ୍କ ପାଇଁ ଭଣ୍ଡାରିପୋଖରୀ ସରକାରୀ ଆଇଟିଆଇ କଲେଜରେ ରହିବା ସହ ଶୁଖିଲା ଖାଦ୍ୟର ବନେ୍ଦାବସ୍ତ କରାଯାଇଥିଳା । ଶନିବାର ପଞ୍ଜିକରଣ ଯାଞ୍ଚ କରାଯିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ନୋଡ଼ାଲ ଅଫିସର ଦାୟିତ୍ୱରେ ଥିବା ପ୍ରକଳ୍ପ ନିଦେ୍ର୍ଧଶକ ମଧୁସୂଦନ ଦାସ କହିଛନ୍ତି । ଏହାପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବ ବୋଲି ଜଣାଯାଇଛି । ଲକ୍ଡାଉନ୍ ଯୋଗୁ ସୁରଟରେ ବହୁ ପ୍ରବାସୀ ଓଡ଼ିଆ ଫସି ଯାଇଥିଲେ । କାମଧନ୍ଦା ନ ପାଇ ବହୁ ହଇରାଣ ହେଉଥିଲେ । ସୁରଟରୁ ଫେରିବା ନିମନ୍ତେ ସେମାନେ ସେଠାକାର ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇଥିଲେ । ଏହାପରେ ଏପ୍ରିଲ ୨୯ ତାରିଖ ରାତିରେ ସେଠାରୁ ଏକ ବେସରକାରୀ ବସ୍ ଯୋଗେ ୫୬ ଜଣ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏଥିଲେ କେନ୍ଦ୍ରାପଡ଼ାର ୬ ଜଣ, ଜଗତସିଂହପୁରର ୩ , ବାଲେଶ୍ୱରର ୩, ଖୋର୍ଦ୍ଧାର ୬ ଓ ଭଦ୍ରକର ୩୮ ଜଣ ଯାତ୍ରୀ ଥିଲେ । ଅନ୍ୟ ସମସ୍ତ ଯାତ୍ରୀଙ୍କୁ ନିଜ ନିଜ ସ୍ଥାନରେ ଛାଡ଼ି ଦେବା ପରେ ବସ୍ଟି ଭଦ୍ରକରେ ଆସି ପହଞ୍ଚିଥିଲା । ଏହି ବସ୍ରେ ଆସିବା ନିମନ୍ତେ ଯାତ୍ରୀମାନେ ମୁଣ୍ଡପିଛା ୩୫୦୦ ଟଙ୍କା ଲେଖାଏ ଦେଇଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons