ଭଦ୍ରକରେ ପ୍ରଳୟ ରଚିଲା ବୁଲ୍ବୁଲ୍:ଶୋଇଗଲା ଦେଢ ଲକ୍ଷ ହେକ୍ଟର ଧାନ ଫସଲ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଫାଇଲିନ, ହୁଡହୁଡ଼, ଫୋନିକୁ ବଳିଗଲା ବାତ୍ୟା ବୁଲବୁଲ । ସ୍ଥଳ ଭାଗ ସିନା ଛୁଇଁଲାନି । କିନ୍ତୁ ଭଦ୍ରକ ଜିଲ୍ଲାରେ ତାଣ୍ଡବ ରଚିଛି । ୧୧୦ କିମିରୁ ଅଧିକ ବେଗରେ ପବନ ବୋହିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି, ତିହିଡ଼ି ଓ ବାସୁଦେବପୁର ବ୍ଲକରେ ବ୍ୟାପକ କ୍ଷତି ଘଟାଇଛି । ବନ୍ଦରନଗରୀ ଧାମରାକୁ ପୂରା ଗ୍ରାସିଛି । ବହୁ ଗଛ ମୋଡିÿ ମକଚି ମାଟିରେ ମିଶାଇଛି । ଚାଳ ଛପର ଉଡ଼ାଇଛି । କଚ୍ଚା ଘରର କାନ୍ଥ ଭାଙ୍ଗିଛି । ବାତ୍ୟା ଏମିତି ତାଣ୍ଡବ ରଚିଛି ଯେ ପୂର୍ବରୁ ଅସିଥିବା ସବୁ କ୍ଷତିଠୁ ଏଥର ଭଦ୍ରକ ଜିଲ୍ଲାର କ୍ଷୟକ୍ଷତି ବହୁ ଅଧିକ ଘଟିଛି ବୋଲି ଚାନ୍ଦବାଲି, ବାସୁଦେବପୁର ଓ ତିହିଡ଼ି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।
ବୁଲ୍ବୁଲ୍ ପ୍ରଭାବରେ ଚାଷୀଙ୍କର ସବୁଠୁ ଅଧିକ କ୍ଷତି ଘଟିଛି । କ୍ଷେତରେ ଧାନ ପଟା ଭଳି ଫସଲ ଶୋଇଯାଇଛି । ଅଧିକାଂଶ ଧାନ ଥୋଡ଼ ବାହାରୁଥିବା ବେଳେ କେତେକ ପାଚି ମଥା ନଇଁଥିଲା । ଧାନ ଗଛକୁ ପବନ ଏମିତି କରିଛି ଯେ ତାହା ଆଉ ଉଠି ପାରିବନି । ଚାଷୀଙ୍କୁ ସର୍ବନାଶ କରିଛି । ମାତ୍ର ୩୦ ପ୍ରତିଶତ ଅମଳ ହେବ । ବାକି ୭୦ ପ୍ରତିଶତ ଧାନ କ୍ଷେତରେ ଉଜୁଡ଼ି ଯିବ ବୋଲି ବହୁ ଚାଷୀ ପ୍ରକାଶ କରିଛନ୍ତି । ସାରା ଜିଲ୍ଲାର ଚାଷୀଙ୍କ ଅବସ୍ଥା ସାଂଘାତିକ ହୋଇଛି ।
ବୁଲବୁଲ ପ୍ରଭାବରେ ଏକ ବଡ଼ ଗଛ ଭାଙ୍ଗି ବାସୁଦେବପୁର ବ୍ଲକ୍ ଅର୍ନ୍ତଗତ ନାୟକାଣିଡ଼ିହ ଥାନା ଉପରେ ପଡ଼ିରହିଥିଲା । ଖବର ପାଇ ଏନଡିଆରଏଫ ଟିମ୍ ସେଠାରେ ପହଞ୍ଚି ଗଛକୁ କାଟି ସଫା କରୁଥିଲା । ଏହି ସମୟରେ ଏକ ବିଦୁ୍ୟତ୍ଖୁଣ୍ଟି ଇନ୍ସପେକ୍ଟର ଶ୍ରୀ ପ୍ରସାଦଙ୍କ ମୁଣ୍ଡ ଉପରେ ପଡ଼ିଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହୋଇଛି । ପ୍ରଥମେ ବାସୁଦେବପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରବର୍ତ୍ତୀ ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଶ୍ରୀ ପ୍ରସାଦଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସେହିଭଳି ଜଣେ ଧୀବର ସମୁଦ୍ର ମୁହାଁଣରେ ଆଖି ବୁଜିଛନ୍ତି । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଲାଲମୋହନ ସିଂ । ସେ ବାହାବଳପୁରରୁ ଏକ ବୋଟ ଯୋଗେ ମାଛ ମାରିବାକୁ ଆସି ଧାମରା ଅଞ୍ଚଳରେ ଲଙ୍ଗର ପକାଇ ରହିଥିଲା । ସମୁଦ୍ର ଢେଉରେ ସେ ଖସି ପଡ଼ିଥିଲେ । ତାଙ୍କ ଅନ୍ୟ ସହଯୋଗୀ ଉଦ୍ଧାର କରିବା ବେଳକୁ ଆଖି ବୁଜିଥିଲେ । ସେହିଭଳି ଚାନ୍ଦବାଲି ଅଞ୍ଚଳର କାନ୍ଥ ପଡ଼ି ଗୋଟିଏ ଗାଈ ପ୍ରାଣ ହରାଇଛି ।
ଭଦ୍ରକର ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ମାଛ ମାରିବାକୁ ଯାଇଥିବା ପ୍ରାୟ ୫୦ଟି ପଶ୍ଚିମବଙ୍ଗ ବୋଟ ଗତକାଲି ସଂଧ୍ୟା ସୁଦ୍ଧା ଧାମରା ବନ୍ଦରରେ ପହଞ୍ଚିଥିଲେ । ଏସମସ୍ତ ବୋଟରେ ଥିବା ମତ୍ସ୍ୟଜୀବୀଙ୍କ ପାଇଁ ରହିବା ଓ ଖାଇବାର ବନେ୍ଦାବସ୍ତ କରାଯାଇଥିଲା । ଆଜି ସକାଳେ କାଳିଭଂଜଡ଼ିହ ଠାରେ ନଙ୍ଗର ପକାଇ ରହିଥିବା ଏକ ଭୁଟୁଭୁଟି ପ୍ରବଳ ପବନରେ ଓଲଟି ପଡ଼ିଥିଲା । ଚାନ୍ଦବାଲି ତହସିଲଦାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓଡ୍ରାଫ ଟିମ ସ୍ଥାନୀୟ ମତ୍ସଜୀବୀଙ୍କ ସହାୟତାରେ ବୁଡ଼ିଯାଉଥିବା ୮ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଯାଇ ଧାମରା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କ ସୂତ୍ରରୁ ପ୍ରକାଶ ।
ଭଦ୍ରକ ଜିଲ୍ଲାରେ ଚଳିତ ବର୍ଷ ଦେଢ଼ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । କ୍ଷୟକ୍ଷତି ସମ୍ପର୍କରେ ସଠିକ ଆକଳନ କରାଯାଇଥିଲେ ମଧ୍ୟ ପ୍ରାୟ ସମସ୍ତ ଚାଷ ଜମି ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ସମସ୍ତ ଜମିରେ ପାଳିଲା ଅମଳକ୍ଷମ ଧାନଗଛ ସବୁ ପବନ ମାଡ଼ରେ ଶୋଇ ରହିଛି । ଯାହାକି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।
ବୁଲବୁଲ୍ ପ୍ରଭାବରେ ଗତକାଲି ଅପରାହ୍ନରୁ ଭଦ୍ରକରେ ବର୍ଷା ଲାଗି ରହିଥିଲା । ଏଥି ସହିତ ପବନ ମଧ୍ୟ ବୋହିଥିଲା । ରାତି ବେଳକୁ ପବନର ବେଗ ବଢ଼ିବା ସହିତ ବର୍ଷାର ପ୍ରକୋପ ମଧ୍ୟ ବୃଦ୍ଧି ପାଇଥିଲା । ଆଜି ଦିନ ତମାମ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ, ଜୋରରେ ପବନ ମଧ୍ୟ ବୋହିଥିଲା । ଫଳରେ ସହରରେ ସ୍ୱାଭାବିକ୍ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ପୂର୍ବରୁ ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିବା ବେଳେ, ସହରର ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିଲା । ବୁଲବୁଲ ପ୍ରଭାବରେ ଗତକାଲି ରାତିରୁ ପ୍ରାୟ ଜିଲ୍ଲାର ଅଧିକଂଶ ସ୍ଥାନରେ ବିଦୁ୍ୟତ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଭଦ୍ରକ ବ୍ଲକର ଏରଡ଼ା, ସାବରଙ୍ଗ, ଗୋରାମାଟି ପରି ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ ବାସୁଦେବପୁର, ଚାନ୍ଦବାଲି, ତିହିଡ଼ି ବ୍ଳକର ବହୁ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ିଥିବା ଜଣାପଡ଼ିଛି । ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଗଛକୁଡ଼ିକୁ କାଟି ସଫା କରୁଛନ୍ତି । ଜିଲ୍ଲାର କେତେକ ସ୍ଥାନରେ କଚାଘର ମଧ୍ୟ ନଷ୍ଟ ହୋଇଛି । ଆଜି ଅପରାହ୍ନରେ ବର୍ଷା ସମ୍ପୂର୍ଣ୍ଣ ଛାଡ଼ିଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ନେସ୍କୋ ପକ୍ଷରୁ ବିଦୁ୍ୟତ ସରବରାହକୁ ସ୍ୱାଭିବକ କରିବାକୁ ଉଦ୍ୟମ ଚାଲିଛି । ତଥାପି ସହରର ବହୁ ଅଞ୍ଚଳ ଏବେ ଅନ୍ଧକାର ମଧ୍ୟରେ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons