ଭଦ୍ରକରେ ସ୍ଥିତି ଅସମ୍ଭାଳ: ସୁଧୁରି ନାହାନ୍ତି ପ୍ରବାସୀ ଓଡ଼ିଆ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଅବସ୍ଥା ଅସମ୍ଭାଳ । ଏବେ ବି ସୁଧୁରୁ ନାହାନ୍ତି ପ୍ରବାସୀ ଓଡ଼ିଆ । ଜିଲ୍ଲାପ୍ରଶାସନର ଭୂମିକାକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରହିଛନ୍ତି ୩୦୦ ରୁ ଅଧିକ ପ୍ରବାସୀ ଓଡ଼ିଆ । କିନ୍ତୁ ଶୁକ୍ରବାର ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରି ମାଳମାଳ ହୋଇ ବୁଲୁଥିବା ଦେଖିବାକୁ ମିଳିଛି । ତେବେ ସେମାନଙ୍କୁ ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇଛନ୍ତି । ଭଦ୍ରକ ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଜନୈକ ପ୍ରବାସୀ ସେମାନଙ୍କ ଅସୁବିଧା ବିଷୟରେ କହିଛନ୍ତି ଯେ, ସେମାନଙ୍କ ରହିବା ପାଇଁ ସୁବିଧା ନାହିଁ । ଖାଦ୍ୟର ମଧ୍ୟ ସୁବିଧା ନଥିବାରୁ ସେମାନେ ବାହାରି ଆସିଥିବା କହୁଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇଛନ୍ତି । ଜିଲ୍ଲାପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons