ଭଦ୍ରକରେ ୟାଶ୍ର ପ୍ରଭାବରେ ଓଲଟିଲା ବୋଲେରୋ!

Get real time updates directly on you device, subscribe now.

ଭଦ୍ରକ : ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭଦ୍ରକ ଜିଲ୍ଲାରେ ‘ୟାସ୍’ର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଜୋରରେ ପବନ ବୋହୁଛି । ପବନରେ ଓଲଟିଲାରୁ ଅଳ୍ପକେ ବର୍ତ୍ତିଯାଇଛି ବୋଲେରୋ ଗାଡି । ଭଦ୍ରକ ପୌରପାଳିକା ୧୮ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବୋଲେରୋ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡିଛି । ବର୍ଷା ପାଣିରେ ରାସ୍ତା ଜାଣି ନ ପାରି ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି ।ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’ । ବାଲେଶ୍ବରରେ ଅଧିକ ପ୍ରଭାବ ପଡିବ । ଭଦ୍ରକ, ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୟୁରଭଞ୍ଜରେ ମଧ୍ୟ ବାତ୍ୟା ‘ୟାସ୍’ ପ୍ରଭାବ ପକାଇବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons