ଭଦ୍ରକ,(ବି.ବି.ନୁ୍ୟଜ): ଭଦ୍ରକ ଜିଲ୍ଲାରେ ଚାଷୀଙ୍କଠାରୁ ସରକାରୀ ସୂଚନା ମୁତାବକ ଧାନ କିଣା ଟାର୍ଗେଟ ପୂରଣ ହୋଇ ସାରିଛି । ମୋଟ ଚାଷୀଙ୍କ ମଧ୍ୟରୁ ମାତ୍ର ୩୩ ପ୍ରତିଶତ ଚାଷୀ ଧାନ ବିକିଛନ୍ତି । ଆହୁରି ୫୭ ପ୍ରତିଶତ ଚାଷୀ ଅମଳ ଧାନ ବିକିବାକୁ ଅପେକ୍ଷା କରିଥିବା ବେଳେ ଟାର୍ଗେଟ ଶେଷ ହୋଇଛି । ବଞ୍ଚିତ ୪୩ ହଜାରରୁ ଅଧିକ ଚାଷୀ ପରିବାରଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ବର୍ଷକର କଠିନ ପରିଶ୍ରମରେ ଅମଳ କରିଥିବା ସୁନାର ଫସଲ ବିକି ନ ପାରିବାରୁ ଚାଷୀ ଆନେ୍ଦାଳନ କରିବାକୁ ଚେତାବନୀ ଦେଇଛନ୍ତି ।
ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ରେକର୍ଡ ପରିମାଣର ଚାଷୀ ନାମ ପଞ୍ଜିକୃତ କରିଥିଲେ । ଯାହାକୁ ନେଇ ଜିଲ୍ଲା ଯୋଗାଣ ବିଭାଗ ବେଶ ଉତ୍ସାହିତ ହୋଇଥିଲା । ଏବେ ସେହି ଚାଷୀଙ୍କ ନିକଟରୁ ଧାନ କିଣି ନ ପାରିବା ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି । ଏବର୍ଷ ସମୁଦାୟ ୬୯ ହଜାର ୬୫୨ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ । ଏମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୨୬ ହଜାର ୩୪୦ ଚାଷୀ ନିଜର ଧାନ ୯୮ ଟି ପାr ଓ ୫୪ ମହିଳା ସ୍ୱୟଂ ସହାୟିକା ଗୋÂୀ ମାଧ୍ୟମରେ ବିକ୍ରି କରିଛନ୍ତି । ଆହୁରି ୪୩ ହଜାର ଚାଷୀ ଟୋକନ ପାଇ ଶସ୍ୟ ବିକ୍ରି ଅପେକ୍ଷାରେ ରହିଛନ୍ତି । ଗତବର୍ଷ ୫୬ ହଜାର ଚାଷୀ ପଞ୍ଜିକୃତ କରି ୧୯ ଲକ୍ଷ କ୍ୱିଣ୍ଟାଲ ଧାନ ବିକିଥିବା ବେଳେ ଚଳିତ ବର୍ଷ ଅଧିକ ଚାଷୀ ପଞ୍ଜିକୃତ କରିବା ଏବଂ କମ ପରିମାଣରେ ଧାନ ବିକିଛନ୍ତି । ଏନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନାନୁଯାୟୀ, ପ୍ରଥମ ଦଫାରେ ଚାଷୀଙ୍କ ଠାରୁ ୧୩.୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବାକୁ ସ୍ଥିର ହୋଇଥିଲା । ଏହି କୋଟା ପୂରଣ ପରେ ଜିଲ୍ଲା ଯୋଗାଣ ବିଭାଗର ଚିନ୍ତା ବଢ଼ିଥିଲା । ଜିଲ୍ଲା ଯୋଗାଣ ବିଭାଗର ରାଜ୍ୟ ସରକାରଙ୍କୁ ଚିଠି ପରେ ଦ୍ୱିତୀୟ ଦଫାରେ ଅତିରିକ୍ତ ୩.୫ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବାକୁ ଧାର୍ଯ୍ୟ ହୋଇଥିଲା । ଅତିରିକ୍ତ ଟାର୍ଗେଟ ବି ଆଜି ସୁଦ୍ଧା ପୂରଣ ହୋଇ ସାରିଛି । ଆଉ ଅତିରିକ୍ତ କୋଟା ଆସିବ କି ନାହିଁ ଏଯାବତ୍ ସ୍ପଷ୍ଟ ହୋଇ ନାହିଁ । ବିକ୍ରି ଅପେକ୍ଷାରେ ଥିବା ଚାଷୀର ସ୍ଥିତି କଣ ହେବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟାର୍ଗେଟ ସରି ଆସୁଥିବା ଜାଣି ଅଧିକାଂଶ ପାr ଓ ମହିଳା ଗୋÂୀ ଜାନୁଆରୀ ୩୧ ତାରିଖ ଠାରୁ ଧାନ କିଣିବା ବନ୍ଦ କରି ଦେଇଛନ୍ତି । ଚାଷୀମାନେ ଧାର୍ଯ୍ୟ ତାରିଖରେ ଟୋକନ ପାଇ ମଣ୍ଡିକୁ ଧାନ ଆଣି ଏବେ ହିନସ୍ତା ହେଉଛନ୍ତି । ସରକାର ଧାନ କିଣିବା ନେଇ ଏବେ କୌଣସି ସଂଶୋଧିତ ନିଦେ୍ର୍ଧଶାନାମା ଆସି ନ ଥିବାରୁ, ଏବେ ଟୋକନ ପାଇଥିବା ଚାଷୀ ମଣ୍ଡିରେ ଶୀତ କାକରରେ ପଡିÿ ରହି ନିଜ ଧାନକୁ ଜଗି ବସିଛନ୍ତି ।
ଚଳିତ ବର୍ଷ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ଅନୁଯାୟୀ ସରକାରୀସ୍ତରରେ ୩୦ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଥିଲେ ଚାଷୀଙ୍କ ଧାନ ଉଠିପାରିଥାନ୍ତା । କିନ୍ତୁ ଏତେ କମ୍ ପରିମାଣର ଧାନ ଅର୍ଥାତ ୧୭.୩୦ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ପରେ ଟାର୍ଗେଟ ଆସିବାରୁ ପରିସ୍ଥିତି ଚିନ୍ତାଜନକ ବୋଲି ଚାଷୀ କମିଟି ସଦସ୍ୟ ମତ ରଖିଛନ୍ତି । ଜିଲ୍ଲାରେ ଧାନ ସଂଗ୍ରହ କ୍ଷେତ୍ରରେ ସ୍ୱାଭାବିକତା ଆଣିବାକୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ତୁରନ୍ତ ଜିଲ୍ଲାକୁ ଅଧିକ ୧୫ ଲକ୍ଷ କ୍ୱିଣ୍ଟାଲ ଅତିରିକ୍ତ କୋଟା ମଞ୍ଜୁର କରିବାକୁ ସରକାରଙ୍କୁ ଚିଠି ଲେଖା ଯାଇଥିଲା । ମାତ୍ର ୩.୫ ଲକ୍ଷ କ୍ୱିଣ୍ଟାଲକୁ ଅନୁମତି ମିଳିଥିଲା । ଏବେ ପୁଣି ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ ଓ ଆଦେଶ ଆସିଲେ ଧାନ ସଂଗ୍ରହ କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।
ପ୍ରତି ବର୍ଷ ପ୍ରଚଳିତ ସରକାରୀ ବ୍ୟବସ୍ଥାରେ ବହୁ ଦଲାଲ ସରକାରଙ୍କୁ ଧାନ ବିକିବାକୁ ସକ୍ଷମ ହେଉଛନ୍ତି । କିନ୍ତୁ ବାସ୍ତବ ଚାଷୀ ସେମାନଙ୍କ ଉତ୍ପାଦକୁ ବିକ୍ରି କରି ପାରୁ ନାହାନ୍ତି । ଏହି ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ଚାଷୀ ବାହାର ରାଜ୍ୟର ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛି । ଚାଷୀ ଶୋଷଣର ଶିକାର ହୋଇ ଚାଲିଛି । ଅନ୍ନଦାତାଙ୍କ ପାଇଁ ଚିକ୍ରାର କରୁଥିବା ଜନ ପ୍ରତିନିଧି କେବେ ଏ ଦିଗରେ ସଚେତନ ହେବେ ତାହାକୁ ନେଇ ପ୍ରଶ୍ନ ଉଠୁଛି ।
Comments are closed, but trackbacks and pingbacks are open.