ଭଦ୍ରକ ପୁରୁଣା ବଜାର ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ କଟକଣା: ଜିଲ୍ଲା ମଧ୍ୟରେ ଏହି ଜିଲ୍ଲାରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ପଜିଟିଭ୍
ଭଦ୍ରକ: ଭଦ୍ରକ ପୁରୁଣା ବଜାର ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ କଟକଣା। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମେ ୩ ତାରିଖ ପର୍ୟ୍ୟନ୍ତ ସାରା ଦେଶରେ ଲକଡାଉନ୍ କଟକଣା ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଖଣି ଖାଦନ ସେମେତ ୧୩ ଟି ବିଭାଗ ଖୋଲିବା ଅନୁମିତି ମିଳିଛି। ସେହିପରି ରାଜ୍ୟର କଟକ ଏବଂ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ଲକ୍ଡାଉନ୍ ନିୟମ କଡ଼ାକଡ଼ି କରାଯାଇଛି। ଯଦି ଜିଲ୍ଲା କଥା କହିବା ତେବେ ଭଦ୍ରକ ଜିଲ୍ଲାରୁ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଥିଲେ। ସେହି ଅଞ୍ଚଳରୁ ଆଜି କଣ୍ଟେନମେଣ୍ଟ କଟକଣା ହଟିଛି।
Comments are closed, but trackbacks and pingbacks are open.