ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ ୬୦ ଘଣ୍ଟା ସଟଡାଉନ, ଆଜି ରାତି ୧୦ରୁ ରବିବାର ସକାଳ ୧୦ଟା ଯାଏଁ ସବୁ ବନ୍ଦ

Get real time updates directly on you device, subscribe now.

ଭୁବନେଶ୍ବର: ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ ୬୦ ଘଣ୍ଟା ସଟଡାଉନ। କୋଭିଡ-୧୯ ଭାଇରସର ସଂକ୍ରମଣ ରୋକିବାକୁ ପୁଣି କଠୋର ପଦକ୍ଷେପ ଘୋଷଣା କଲେ ରାଜ୍ୟ ସରକାର। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏହି ଘୋଷଣା କରିଛନ୍ତି। ଗତ ଚାରି ଦିନରେ ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଯାଇଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ. ଗତ ୧୮ ତାରିଖ ଦିନ ୬୧ ତମ କରୋନା ପଜିଟିଭ ଚିହ୍ନଟ ପରଠାରୁ ଆଜି ସନ୍ଧ୍ୟାସୁଦ୍ଧା ୮୯ ତମ କରୋନା ପଜିଟିଭଙ୍କ ମଧ୍ୟରୁ କେବଳ ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ ୨୮ ଜଣ ଚିହ୍ନଟ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ବାଲେଶ୍ବରରେ ୧୦ ଜଣ, ଯାଜପୁରରେ ୧୨ ଜଣ ଏବଂ ଭଦ୍ରକରେ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ପଶ୍ଚିମବଙ୍ଗରୁ ଆସିଛନ୍ତି କିମ୍ବା ପଶ୍ଚିମବଙ୍ଗରୁ ଆସିଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି।
ଏହି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବଂ ପଶ୍ଚିମବଙ୍ଗରୁ ଏହି ୩ଟି ଜିଲ୍ଲାକୁ ଆଗମନ ସଂଖ୍ୟା ଅଧିକ ଥିବାରୁ ଏହାକୁ ରୋକିବାକୁ କ୍ବାରେନଣ୍ଟାଇନ ସହ ଟେଷ୍ଟିଂ ପରିମାଣ ୩ ଗୁଣା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ପୂର୍ବରୁ କଟକ-ଭୁବନେଶ୍ବର ଏବଂ ଭଦ୍ରକରେ ଏପ୍ରିଲ ୩, ୪ ଓ ୫ ତାରିଖରେ ଜାରି ୪୮ ଘଣ୍ଟିଆ ସଟଡାଉନ ଭଳି ଏବେ ୩ ଜିଲ୍ଳାରେ ୬୦ ଘଣ୍ଟିଆ ସଟଡାଉନ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ କେବଳ କିଛି ନିର୍ଦ୍ଧିଷ୍ଟ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେବଳ ଜରୁରୀ ସ୍ବାସ୍ଥ୍ୟସେବା ସହ ବିଭିନ୍ନ ଜରୁରୀ ସେବା ଜାରି ରହିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons