ଭଦ୍ରକ ସେକ୍ସ ରାକେଟ୍ ପର୍ଦ୍ଧାଫାସ: ରାଣୀ ମହୁମାଛିକୁ ପଚରା ଉଚରା କରି ଛାଡ଼ିଲା ପୋଲିସ

Get real time updates directly on you device, subscribe now.

ଭଦ୍ରକ: ଭଦ୍ରକ ସହରରେ ଚାଲିଥିଲା ଖୋଲମ୍ ଖୋଲା ଦେହ ବେପାର। ଗୁରୁବାର ନ୍ୟୁଜ୍ ସେଭେନ୍‌ରେ ଏ ସଂପର୍କରେ ଖବର ପ୍ରସାରଣ ପରେ ଉକ୍ତ ଇନ୍ଦ୍ର ବିଶ୍ରାମଗାର ଲଜ୍‌ରେ ପୁଲିସ୍ ଚଢ଼ାଉ କରିଛି। ଏହି ଘଟଣାରେ ସେକ୍ସ ରାକେଟ ପରିଚାଳିକା ତଥା ରାଣୀ ମହୁମାଛିକୁ ପୁଲିସ୍ ପଚରାଉଚାର କରି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ବନ୍ତ ଛକରେ ଥିବା ଲଜ୍‌ରେ ସେକ୍ସ ରକେଟ ଚାଲିଥିଲା। ସହରର ବନ୍ତଛକ ବସଷ୍ଟାଣ୍ଡଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ଲଜ୍ ରହିଛି। ଏହି ସ୍ଥାନଟି ଜନଗହଳି ପୂର୍ଣ୍ଣଥିବା ସତ୍ତ୍ବେ ଏଠାରେ ଚାଲିଥିଲା ବେଧଡ଼କ ଦେହ କାରବାର।
ସବୁଠୁ ଆଶ୍ଚର୍ୟ୍ୟକର କଥା ଜିଲ୍ଲାପାଳ କାର୍ୟ୍ୟାଳୟ ଠାରୁ ୫୦୦ ମିଟର ଏବଂ ସହରାଞ୍ଚଳ ଥାନାଠାରୁ ମାତ୍ର ଏକ କିଲୋ ମିଟର ଦୂରରେ ଚାଲିଥିଲା ଦେହ ବ୍ୟବସାୟ। ଏହି ସେକ୍ସ ରାକେଟରେ ୧୮ ବର୍ଷରୁ ୫୦ ପର୍ୟ୍ୟନ୍ତ ମହିଳା ଏବଂ ଯୁବତୀ ସାମିଲ ଥିବା ଜଣାପଡିଛି। ଖବର ପ୍ରସାରଣ ପରେ ସେକ୍ସ ରାକେଟରେ ସଂପୃକ୍ତ ଥିବା ରାଣୀ ମହୁମାଛିକୁ ପଚରାଉଚାର କରି ପୁଲିସ୍ ଛାଡି ଦେଇଛି। ପୁଲିସ୍‌ର ଏଭଳି କାର୍ୟ୍ୟାକଳାପ ଉପରେ ବହୁ ବରିଷ୍ଠ ବ୍ୟକ୍ତି ପ୍ରଶ୍ନ କରିଛନ୍ତି। କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ହେବାର ଦେହ ବେପାର ମୁଖ୍ୟ କାରଣ ହୋଇପାରେ ବୋଲି କିଛି ଆଇନ୍‌ଜୀବି ମତ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons