ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଓଡ଼ିଶାର ଇତିହାସ ଓ ଐତିହ୍ୟ ବେଶ୍ ସମୃଦ୍ଧ । ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଏହି ସବୁ ଇତିହାସକୁ ଜାଣିବା ପାଇଁ ସଂଗ୍ରହାଳୟ ଏକ ପ୍ରମୁଖ ମାଧ୍ୟମ । ସଂଗ୍ରହାଳୟରୁ ଆମେ ପୁରୁଣା ଦିନର ଚାଲିଚଳନ ଓ ପରମ୍ପରା ବିଷୟରେ ଜାଣିପାରୁ । ଭବିଷ୍ୟତର ପଥ ନrା ପ୍ରସ୍ତୁତିରେ ଅତୀତର ବିଶେଷ ଭୂମିକା ରହିଛି । ଅତୀତ ବିଷୟରେ ଅବଗତ ନଥିଲେ ଭବିଷ୍ୟତର ନକ୍ସା ପ୍ରସ୍ତୁତିରେ ସମସ୍ୟା ସୃଷ୍ଟି ହୋଇଥାଏ । କାଳଜୟୀ ସଂସ୍କୃତି ଓ ପରମ୍ପରା ଆମ ଅସ୍ମିତା ଓ ପରିଚୟର ପ୍ରମୁଖ ଉପାଦାନ । ତେଣୁ ଏହାର ସଂରକ୍ଷଣ, ସୁରକ୍ଷା ଓ ବ୍ୟାଖ୍ୟାନ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି ।
ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୬୨ତମ ପ୍ରତିÂା ଦିବସ ସମାରୋହ ଅନୁÂିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଲାଲ୍ ଯୋଗ ଦେଇ ଦୁଇଟି ନୂଆ ଗ୍ୟାଲେରୀ ଉଦ୍ଘାଟନ କରିଥିଲେ । ରାଜ୍ୟପାଳ କହିଲେ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଅନନ୍ତ ସମ୍ଭାବନାର ଆଧାର । ଏହାକୁ ସମସ୍ତେ ମର୍ମେ ମର୍ମେ ଅନୁଭବ କରି ଆଗକୁ ଯିବା ପାଇଁ ଅନୁପ୍ରେରିତ ହେବା ଦରକାର । ଉକ୍ରର୍ଷର ଅନ୍ୟ ନାମ ହେଉଛି ଉକ୍ରଳ । ସୃଜନ ଓ କଳା କ୍ଷେତ୍ରରେ ଉକ୍ରଳ ସାରା ବିଶ୍ୱରେ ପ୍ରତିÂିତ । ଏହି ଉକ୍ରର୍ଷର ପରମ୍ପରା ଅବ୍ୟାହତ ରଖିବା ଆମର ଦାୟିତ୍ୱ । ଏହି ଅବସରରେ ରାଜ୍ୟପାଳ ଓଡ଼ିଶା ସଂଗ୍ରହାୟଳୟର ଉତ୍ତରତୋର ଉନ୍ନତି କାମନା କରିଥିଲେ ।
ସଂଗ୍ରହାଳୟରେ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ “ପୋଷ୍ଟାଲ୍ ହେରିଟେଜ୍ ଅଫ୍ ଓଡ଼ିଶା ଗ୍ୟାଲେରୀ’ ଉଦ୍ଘାଟିତ ହୋଇଥିଲା । ଏହି ଗ୍ୟାଲେରୀରେ ୧୯୪୮ ମସିହା ୧୫ ଅଗଷ୍ଟରେ ମହାତ୍ମା ଗାନ୍ଧିଙ୍କ ନାମରେ ତିଆରି ହୋଇଥିବା ପ୍ରଥମ ଡାକ ଟିକଟ, ୧୯୭୪ ମସିହା ଜାନୁଆରୀ ୨ରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ତିଆରି ହୋଇଥିବା ପ୍ରଥମ ଡାକ ଟିକଟ ସହ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ଡାକ ଟିକଟ ରଖାଯାଇଛି । ଏହା ସହ ଟେଲିଗ୍ରାଫ୍ ମେସିନ୍, ପାଣି ବୋତଲ, ଷ୍ଟାମ୍ପ୍ ଡ୍ୟାମ୍ଫର, ବି.ବି ଇଙ୍କ୍ ପ୍ୟାଡ୍, ଉପ ଡାକଘର ବା ମୁଖ୍ୟ ଡାକଘର ମଧ୍ୟରେ ଟଙ୍କା ପଠେଇବା ପାଇଁ ବ୍ୟବହୃତ ହେଉଥିବା ଚମଡ଼ା ବ୍ୟାଗ୍, ଧାତୁ ନିର୍ମିତ ସିଲ୍, ଷ୍ଟାମ୍ପ୍ର ତାରିଖ ଧରିବା ପାଇଁ ବ୍ୟବହୃତ ହେଉଥିବା ଚିମୁଟା, ବାକ୍ସ, ବ୍ୟାଗ୍ କାଟିବା ପାଇଁ ବ୍ୟବହୃତ ହେଉଥିବା ଛୁରି, କଇଁଚି, ଡାମ୍ଫଣ ଆଦି ରହିଛି । ଗ୍ୟାଲେରୀ ବାହାରେ ଡାକ ବିଭାଗ, ଓଡ଼ିଶା ସର୍କଲ ଦ୍ୱାରା ନୂତନ ଲଫାପା ପ୍ରଦର୍ଶନୀ ହୋଇଥିଲା ।
ଅଚୁ୍ୟତରାଜପୁରର ବୌଦ୍ଧ ବ୍ରୋଞ୍ଜ ସ୍ଥାପତ୍ୟ ଗ୍ୟାଲେରୀ ଲୋକାର୍ପିତ ହୋଇଥିଲା । ଏଥିରେ ଅଚୁ୍ୟତରାଜପୁରରୁ ମିଳିଥିବା ୭୫ଟି ବ୍ରୋଞ୍ଜ ମୂର୍ତ୍ତି ସ୍ଥାନିତ ହୋଇଛି । ଏହା ସହିତ ଏକ ହର୍ବାଲ୍ କର୍ଣ୍ଣର ଓ ଏକ ପଠନ ଗୃହ ମଧ୍ୟ ଲୋକାର୍ପିତ କରାଯାଇଛି । ଏହି ପଠନ ଗୃହରେ ଗବେଷକ ଓ ଦର୍ଶକମାନେ ପୁସ୍ତକ ପଢ଼ିବା ଓ କିଣିବାର ସୁଯୋଗ ପାଇପାରିବେ । କାର୍ଯ୍ୟକ୍ରମରେ ଓଡ଼ିଶା ହିଷ୍ଟୋରିକାଲ୍ ରିସର୍ଚ୍ଚ ଜର୍ଣ୍ଣାଲ୍ର ନୂତନ ସଂଖ୍ୟା, ବିଶିଷ୍ଟ ଐତିହାସିକ ଡ. ସତ୍ୟନାରାୟଣ ରାଜଗୁରୁଙ୍କ କୃତିତ୍ୱ ଆଧାରିତ ଇଂରାଜୀ ପୁସ୍ତକ ଏବଂ ମଥୁରାନାଥ ଦାସଙ୍କ ସମ୍ପାଦିତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବକ୍ତୃତାମାଳା ସଂକଳନ, ଉକ୍ରଳରନô ବାରିଷ୍ଟର ବିଶ୍ୱନାଥ ମିଶ୍ରଙ୍କ ଏକ ତୈଳଚିତ୍ର ଉନ୍ମୋଚିତ ହୋଇଛି । ଏଥିସହିତ ନୂଆ ସଂଗୃହୀତ କଳା ସାମଗ୍ରୀର ଦିନିକିଆ ପ୍ରଦର୍ଶନୀ ହୋଇଛି । ରାଜଧାନୀର ପ୍ରମୁଖ ମନ୍ଦିରକୁ ନେଇ ପ୍ରସ୍ତୁତ ହୋଇଥିବା ପ୍ରାମାଣିକ ଚିତ୍ର ‘ଟେମ୍ପଲ୍ସ ଅଫ୍ ଭୁବନେଶ୍ୱର’ ଲୋକାର୍ପିତ କରାଯାଇଛି । ରାଜ୍ୟ ସଂଗ୍ରହାଳୟର ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ କହିଲେ, ଇତିହାସର ପୃÂାକୁ ଦେଖିବାକୁ ଚାହିଁଲେ ସଂଗ୍ରହାଳୟକୁ ଦେଖିବାକୁ ପଡ଼ିବ । ରାଜ୍ୟ ସଂଗ୍ରହାଳୟ ସହିତ ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଯୋଡ଼ି ହୋଇ ରହିଛି । ଆମର ଅସ୍ମିତା ଓ ସ୍ୱାଭିମାନର ମୂକସାକ୍ଷୀ ଭାବରେ ରାଜ୍ୟ ସଂଗ୍ରହାଳୟର ଭୂମିକା ଅତ୍ୟନ୍ତ ତାପôର୍ଯ୍ୟପୂର୍ଣ୍ଣ ବୋଲି ମନ୍ତ୍ରୀ କହିଥିଲେ । ଏଥିରେ ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇ କହିଲେ, ଯେକୌଣସି ଦେଶ ଗଲେ, ପ୍ରଥମେ ମୁ୍ୟଜିୟମ୍ ଦେଖିବାକୁ ମିଳିବ । ସଂଗ୍ରହାଳୟ ଏକ ଜାତିର ସଂସ୍କୃତି, ଇତିହାସ ଓ ପ୍ରନôତତ୍ତ୍ୱର ଇତିହାସ ବହନ କରେ । ମୁ୍ୟଜିୟମ୍ରୁ ସେହି ଜାତିର ଇତିହାସ କେତେ ସୁଦୃଢ଼, କେତେ ଉଚ୍ଚତର, ଇତିହାସ କ’ଣ ସୂଚାଉଛି ଜାଣିହେବ । ପୃଥିବୀର ସବୁଠାରୁ ଅଧିକ ତାଳପତ୍ର ପୋଥି ରାଜ୍ୟ ସଂଗ୍ରହାଳୟରେ ରହିଛି । ଯାହା ଏହି ସଂଗ୍ରହାଳୟର ସ୍ୱତନ୍ତ୍ରତା ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମହାଡାକପାଳ ସନ୍ତୋଷ କମିଲା, ବିଭାଗର ଅତିରିକ୍ତ ସଚିବ ତଥା ନିଦେ୍ର୍ଧଶକ ବିଜୟ କୁମାର ନାୟକ ଓ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏଥିରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଡ. ମୃତୁ୍ୟଞ୍ଜୟ ରଥ ସଂଯୋଜନା କରିଥିଲେ ।
Comments are closed, but trackbacks and pingbacks are open.