ଭର୍ତ୍ତୃହରିଙ୍କୁ ‘ସଂସଦ ରତ୍ନ’ ସମ୍ମାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚଳିତ ବର୍ଷ ସଂସଦ ରତ୍ନ ପୁରସ୍କାର ପାଇବେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ । ତାଙ୍କ ସହ ଲୋକସଭାର ୮ ଏବଂ ରାଜ୍ୟସଭାର ୨ ଜଣ ସାଂସଦଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ୧୭ତମ ଲୋକସଭାରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀ ମହତାବଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ଆଗ୍ରହରୁ ୨୦୧୦ରୁ ସାଂସଦମାନଙ୍କୁ ଚୟନ କରି ଏହି ସମ୍ମାନ ପ୍ରଦାନ କରାଯାଉଛି । ଭର୍ତ୍ତୃହରି ଲୋକସଭାକୁ ଲଗାତର ୬ ଥର ନିର୍ବାଚିତ ହୋଇଛନ୍ତି । ଲୋକସଭାରେ ତାଙ୍କ ପ୍ରଦର୍ଶନ ମଧ୍ୟ ଉଲ୍ଲେଖନୀୟ ରହିଆସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons