ଭସାଣୀ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

Get real time updates directly on you device, subscribe now.

କଟକ: ଆସନ୍ତାକାଲି ସମ୍ପୂର୍ଣ୍ଣ ହେବ ଭଷାଣ ପର୍ବ। ସେଥିନିମନ୍ତେ କଟକର ବିଭିନ୍ନ ସ୍ଥାନରେ କୃର୍ତ୍ତିମ ଜଳାଶୟର ବ୍ୟବସ୍ଥା କରାଯାଇଛି। ପୁରୀଘାଟ ସ୍ଥିତ ଦେବୀ ଗଡାରେ ସିଏମ୍‌ସି ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଉଜ୍ଜଳ ଆଲୋକ ଲଗାଯିବା ସହ କୃତ୍ରିମ ଜଳାଶୟ ଆଦିର ନିର୍ମାଣ କାର୍ୟ୍ୟ ମଧ୍ୟ ଶେଷ ହୋଇଛି । ଚଳିତ ବର୍ଷ ଭଷାଣ ବେଳେ କୌଣସି ପ୍ରକାରର ରୋଷଣୀ ଆଦି କରାଯାଇପାରିବ ନାହିଁ ବୋଲି ପୂର୍ବରୁ ନିର୍ଦ୍ଦେଶ ରହିଛି। ତେଣୁ ପ୍ରତ୍ୟେକ ପୁଜା ମଣ୍ତପ କର୍ମକର୍ତ୍ତା ନିଜସ୍ୱ ବ୍ୟବସ୍ଥାରେ ଏବଂ ନିରାଡମ୍ବର ଭାବେ ବିସର୍ଜନ କାର୍ୟ୍ୟ ଶେଷ କରିବେ। ତେବେ ଯେଉଁ ମଣ୍ତପ ଗୁଡିକରେ ପ୍ରତିମା ମାନଙ୍କର ଆକାର ବଡ ଅଛି, ସେଥିଲାଗି ସିଏମ୍‌ସି ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons