ରେଢ଼ାଖୋଲ,(ବି.ବି.ନୁ୍ୟଜ୍): ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନାର ତଲିମାଲ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂପର୍କୀୟ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ନାବାଳକ । ଗତକାଲି ବିଳମ୍ବିତ ରାତିରେ ଜଣେ ନାବାଳକ ୨୮ ବର୍ଷର ସଂପ୍ରକୀୟ ଭାଇ ବିଳାସନ ମୁଣ୍ଡାଙ୍କୁ ଟାଙ୍ଗିଆରେହାଣି ହତ୍ୟା କରିଛି । ଘଟଣା ପରେ ସଂପୃକ୍ତ ନାବାଳକ ଫେରାର ହୋଇଯାଇଛି । ଯୁଯୁମରା ପୋଲିସ ଓ ରେଢ଼ାଖୋଲ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
Comments are closed, but trackbacks and pingbacks are open.