ଭାଇଜାନ୍ ସଲ୍ମାନ୍ଙ୍କୁ ମନାଇନେଲେ ସିଂଘମ୍ ଡାଇରେକ୍ଟର୍ ରୋହିତ ସେଟ୍ଟୀ । ହୁଏତ ଏ କାହାଣୀ ଶୁଣିଲେ ଭାଇଜାନ୍ଙ୍କ ଫ୍ୟାନ୍ସଙ୍କୁ କଷ୍ଟ ଲାଗିପାରେ ମାତ୍ର କଥାଟା ସତ । ସବୁବେଳେ ବିଶାଳ ହୃଦୟ ପାଇଁ ଜଣାଶୁଣା ସଲ୍ଲୁ ଭାଇ ଆସନ୍ତା ୨୦୨୦ ଇଦ୍ରେ ପରଦାରେ ରାଜ୍ କରିବେନି । ତାଙ୍କ ସ୍ଥାନ ସେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କୁ ଛାଡ଼ିଛନ୍ତି । ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ଅକ୍ଷୟ-କ୍ୟାଟ୍ରିନା ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଆସନ୍ତା ବର୍ଷ ଇଦ୍ରେ ରିଲିଜ୍ ହେବ । ସେଥିପାଇଁ ତାଙ୍କ ରାସ୍ତାରେ ବାଧକ ନସାଜିବା ଲାଗି ରୋହିତ ସେଟ୍ଟୀ ପୂର୍ବରୁ ଭାଇଙ୍କୁ ମନାଇନେଇଛନ୍ତି । କିନ୍ତୁ ଶୁଣିବାକୁ ମିଳୁଛି ଭାଇ ରୋହିତଙ୍କ ଲାଗି ନୁହେଁ କ୍ୟାଟ୍ରିନାଙ୍କ ପାଇଁ ଇଦ୍ ଉପଲକ୍ଷେ କୁରବାନି ଦେଇଛନ୍ତି । କିନ୍ତୁ ଏହା ବି ଶୁଣିବାକୁ ମିଳୁଛି ଯେ, ରୋହିତ ସେଟ୍ଟୀ ତାଙ୍କ ଆଗାମୀ ଫିଲ୍ମ ସଲ୍ମାନ୍ଙ୍କ ସହ କରିବାକୁ ଯାଉଛନ୍ତି । ଖାଲି ସେତିକି ନୁହେଁ, ସଦ୍ୟ ମୁକ୍ତିପ୍ରାକ୍ତ ‘ଆଭେଞ୍ଜର୍ସ: ଏଫ୍ଗେମ୍’ ଭଳି ‘ସୂର୍ଯ୍ୟବଂଶୀ’ରେ ସିଂଘମ୍, ସିମ୍ବା, ସୂର୍ଯ୍ୟଂଶୀଙ୍କ ସହ ଚୁଲ୍ବୁଲ୍ ପାଣ୍ଡେ ନଜର ଆସିବେ ।


Comments are closed, but trackbacks and pingbacks are open.