ଭାଇ-ଭଉଣୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

Get real time updates directly on you device, subscribe now.

ବ୍ରହ୍ମପୁର: ବ୍ରହ୍ମପୁରରେ ଦାଦା ବଟି ପାଇଁ ମରଣାନ୍ତକ ଆକ୍ରମଣ। ବଟି ନ ଦେବାରୁ ଭାଇ ଭଉଣୀଙ୍କୁ ହାଣିଲେ ଦୁର୍ବୃତ୍ତ । ଏପରି ଘଟଣା ଘଟିଛି ବ୍ରହ୍ମପୁର ବଡ଼ ବଜାର ଥାନା ଲକ୍ଷ୍ମୀ ନୃସିଂହ ତୃତୀୟ ଲାଇନରେ।
ଦାଦାବଟି ନ ଦେବାରୁ ଭାଇ ଭଉଣୀ ଦୁଇ ଜଣଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଉଭୟ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି। ଆହତ ଦୁଇ ଜଣ ହେଲେ କାଳିଆ ପାତ୍ର ଓ ତାଙ୍କ ଭଉଣୀ। କାଳିଆ ଜଣେ ଛୋଟ ବ୍ୟବସାୟୀ। ଗତକାଲି ମଧ୍ୟାହ୍ନରେ ସେମାନେ କାଳିଆ ଘର ନିକଟରେ ଥିବା ବେଳେ ଦୁଇଟି ବାଇକରେ ଆସିଥିଲେ ୫ ଜଣ ଯୁବକ। ମାଉଜର ଦେଖାଇ ବାଇକରେ ବସିବାକୁ କହିଥିଲେ କାଳିଆକୁ। କାଳିଆ ମନା କରିବାରୁ ଖଣ୍ଡା ବାହାର କରି ଆକ୍ରମଣ କରିଥିଲେ। ଏହି ସମୟରେ ତାଙ୍କ ଭଉଣୀ ଦେଖି କାଳିଆଙ୍କୁ ରକ୍ଷା କରିବାକୁ ଯିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ ବି ଆକ୍ରମଣ କରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons