ଭାବକୁ ରୋକିପାରିଲାନି କଟକଣା

Get real time updates directly on you device, subscribe now.

କୋରାପୁଟ :ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ମନ ନିରସ କରିଛି କୋଭିଡ କଟକଣା । ଭକ୍ତମାନେ ରଥରେ କାଳିଆ ଠାକୁରଙ୍କୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ତଥାପି ମନରୁ ଶ୍ରୀଜିଉମାନଙ୍କୁ ଦୂରେଇ ପାରିନାହାନ୍ତି । ପ୍ରଶାସନର କଟକଣା ଯୋଗୁ ରଥଯାତ୍ରା ବନ୍ଦ ଥିଲେ ହେଁ ଏଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ସମ୍ମୁଖରେ ନିଜର ଭାବାବେଗ ପ୍ରକାଶ କରିଛନ୍ତି । ଶାବର ଶ୍ରୀକ୍ଷେତ୍ର ମନ୍ଦିର ପାହାଚ ତଳେ ଶତାଧିକ ଭକ୍ତ ଠାକୁରଙ୍କ ଉଦେ୍ଧଶ୍ୟରେ ଭୋଗ ଅର୍ପଣ କରିଛନ୍ତି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ପୂର୍ବବର୍ଷ ଭଳି କୋଭିଡ କଟକଣା ଯୋଗୁ ଶାବର ଶ୍ରୀକ୍ଷେତ୍ର ବେଢାରେ ଯାତ୍ରା ନୀତି ସମ୍ପନ୍ନ ହୋଇଛି । ଶ୍ରଦ୍ଧାଳୁଙ୍କୁ ଏଥିରୁ ବାରଣ କରିବାକୁ ମନ୍ଦିର ମୁଖ୍ୟ ପ୍ରବେଶ ପଥରେ ତାଲା ପକାଯାଇଥିଲା । ପୁଲିସ ମୁତୟନ ବି କରାଯାଇଥିଲା । ଭକ୍ତମାନେ ଚର୍ମ ଚକ୍ଷୁରେ ରଥ ଉପରେ ଠାକୁରଙ୍କୁ ଦେଖିପାରି ନଥିଲେ । କିନ୍ତୁ ନିଜର ଭାବାବେଗକୁ ରୋକିପାରି ନଥିଲେ । ଅନେକ ଶ୍ରଦ୍ଧାଳୁ ବଡଦାଣ୍ଡରେ ମୁଣ୍ଡ ନୁଆଁଇ ଜୀଉମାନଙ୍କୁ ମନର ଭାବ ଜଣାଇଥିଲେ । ଏହା ଠାକୁରଙ୍କ ଲୀଳା ବୋଲି ଅନେକ କହିବା ସହ ଠାକୁରଙ୍କ ପାଖରେ ନିଜ ପରିବାରର ଶୁଭ ମନାସୀଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons