ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ

Get real time updates directly on you device, subscribe now.

ପ୍ୟାରିସ୍‌: ଫ୍ରାନ୍ସ୍‌ରେ ଭାରତକୁ ଦଶହରା ଅବସରରେ ଶସ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶସ୍ତ୍ର ପୂଜା କରିଥିଲେ । ଏହାପରେ ରାଫେଲ୍‌କୁ ଭାରତକୁ ପ୍ରଥମ ରାଫେଲ୍‌ ବିମାନ ହସ୍ତାନ୍ତର କରାଯାଇଥିଲା ।
ଏହା ଭାରତୀୟ ବାୟୁ ସେନାର ଶକ୍ତି ବୃଦ୍ଧି କରିବ ବୋଲି ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରକାଶ କରିଛନ୍ତି । ପ୍ରଥମ ରାଫେଲ୍‌ ଆର୍‌ବି ୦୦୧କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ହସ୍ତାନ୍ତର କରାଯାଇଛି । ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଥିବା ରାଫେଲ୍‌ ପାକିସ୍ତାନର ଏଫ୍‌-୧୬ ଠାରୁ ଅଧିକ ଶକ୍ତିଶାଳୀ ଓ ଆଧୁନିକ । ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି ।
ରାଡାର ନଜରରୁ ବର୍ତ୍ତିବା ପାଇଁ ରାଫେଲ୍‌ ଅଧିକ ଭଲ। ।ରାଫେଲ୍‌ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବହନ କରିପାରିବ । ଏହା ଅଧିକ ଆଧୁନିକ ଓ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବହନ କରିପାରିବ । ରାଫେଲ୍‌ ଆଧୁନିକ ଜେନେରେସନ୍‌ର । ରାଫେଲ୍‌ ୪.୫ ଜେନେରେସନ୍‌ର । ରାଫେଲ୍‌ ପରମାଣୁ ଅସ୍ତ୍ର ବହନ କରିପାରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons