ଭାରତରେ ତୃତୀୟ କରୋନା ମୃତୁ୍ୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ ଆଉ ଜଣେ କରୋନା ଭାଇରସ୍ (କୋଭିଡ୍-୧୯) ସଂକ୍ରମିତ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଛି । ୬୪ ବର୍ଷୀୟ ଏହି ବ୍ୟକ୍ତି ଜଣକ ମୁମ୍ବାଇର ବାସିନ୍ଦା । ନିକଟରେ ସେ ଦୁବାଇରୁ ଭାରତ ଫେରିଥିଲେ । ଅସୁସ୍ଥ ହେତୁ ତାଙ୍କୁ ସହରର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ବିଭିନ୍ନ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ପରେ ପରୀକ୍ଷାରୁ ସେ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତୁ୍ୟ ଘଟିଛି । ଏହାକୁ ମିଶାଇ ଦେଶରେ କରୋନା ମୃତୁ୍ୟସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗତ ମଙ୍ଗଳବାର କର୍ଣ୍ଣାଟକର କାଲବୁର୍ଗି ଅଞ୍ଚଳର ଜଣେ ୭୬ ବର୍ଷୀୟ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିଲା । ସେ ସାଉଦି ଆରବରୁ ଫେରିବା ପରେ କରୋନାରେ ସଂକ୍ରମିତ ହୋଇପଡିଥିଲେ । ସେହିଭଳି ଶୁକ୍ରବାର ରାତିରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଜଣେ ୬୮ ବର୍ଷୀୟ ମହିଳାଙ୍କର ମଧ୍ୟ କରୋନାରେ ମୃତୁ୍ୟ ଘଟିଥିଲା । ଇଟାଲୀ ଗସ୍ତରୁ ଫେରିଥିବା ତାଙ୍କ ପୁଅଙ୍କ ସଂସ୍ପର୍ଶରେ ଏହି ମହିଳା ଜଣକ ଆସିଥିଲେ । ତାଙ୍କ ପୁଅ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ଓ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି ।
ଭାରତରେ ମଙ୍ଗଳବାର ଆଉ କେତୋଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୩୯ରେ ପହଞ୍ଚôଛି । ୧୬ଟି ରାଜ୍ୟରେ କରୋନା ଭାରଇସ୍ ତାର କାୟା ବିସ୍ତାର କରିସାରିଲାଣି । ତେବେ ଏହି ରୋଗରେ ୩ ଜଣଙ୍କର ମୃତୁ୍ୟ ଘଟିଥିଲା ବେଳେ ୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୨୪ଜଣ ବିଦେଶୀ ଅଛନ୍ତି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୪୦ କରୋନା ରୋଗୀ ଚିହ୍ନଟ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ବିଦେଶୀ ନାଗରିକ ଅଛନ୍ତି । ଏହା ତଳକୁ ରହିଛି କେରଳ । ସେଠାରେ ୨ ବିଦେଶୀଙ୍କ ସମେତ ମୋଟ ୨୬ ରୋଗୀ ରହିଛନ୍ତି । ଉତ୍ତର ପ୍ରଦେଶରେ ୧୫ ରୋଗୀ ଚିହ୍ନଟ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ଜଣେ ବିଦେଶୀ ଅଛନ୍ତି । ହରିଆଣାରେ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୪ ବିଦେଶୀ ହୋଇଥିଲା ବେଳେ ଜଣେ ସଂକ୍ରମିତ ହରିଆଣାର ନାଗରିକ । କର୍ଣ୍ଣାଟକରେ ୧୧, ଦିଲ୍ଲୀରେ ୮ ଓ ଲଦାଖରେ ୬ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ତେଲଙ୍ଗାନାରେ ୨ ବିଦେଶୀଙ୍କ ସମେତ ୫ କରୋନା ରୋଗୀ ଚିହ୍ନଟ ହୋଇଥିଲା ବେଳେ ରାଜସ୍ଥାନରେ ୨ ବିଦେଶୀଙ୍କ ସମେତ ୪ ଜଣ ରୋଗୀ ଅଛନ୍ତି । ସେହିଭଳି ଜମ୍ମୁ-କାଶ୍ମୀରରେ ୩ ଏବଂ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଞ୍ଜାବ, ତାମିଲନାଡୁ, ଉତ୍ତରାଖଣ୍ଡ ଓ ପୁଡୁଚେରୀରେ ଜଣେ ଲେଖାଏ ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ।
ଅନ୍ୟପକ୍ଷରେ କରୋନା ସଂକ୍ରମଣ ସନେ୍ଦହରେ ଦେଶର ୫୪ ହଜାର ନାଗରିକଙ୍କ ଉପରେ କଡ଼ା ନଜର ରଖାଯାଇଛି । ନିଜ ଘର, କ୍ୱାରେଣ୍ଟାଇନ ସେଣ୍ଟର ଓ ଡାକ୍ତରଖାନାର ସ୍ୱତନ୍ତ୍ର ୱାର୍ଡରେ ସେମାନଙ୍କୁ ରଖାଯାଇଥିଲା ବେଳେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ସେମାନଙ୍କ ଉପରେ ନଜର ରଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଙ୍ଗଳବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ଏଥିସହ କରୋନା ମୁକାବିଲାରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କହିଛନ୍ତି ଭାଇରସ୍ ଠାରୁ ଦୂରେଇ ରହିବାକୁ ହେଲେ ଜଣେ ବ୍ୟକ୍ତିଙ୍କ ଠାରୁ ଅତିକମ୍ରେ ୧ ମିଟର ଦୂରତା ବଜାୟ ରଖିବା ଆବଶ୍ୟକ ।
କେରଳର ବରିÂ ବିଜେପି ନେତା ତଥା କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲିଧରନ ୧୪ ଦିନ ପାଇଁ ନିଜ ଘରେ ସେଲ୍ଫ କ୍ୱାରେଣ୍ଟାଇନରେ ରହିଥିବାର ସୂଚନା ମିଳିଛି । ଗତ ୧୫ ତାରିଖରେ ସେ ତିରୁବନନ୍ତପୁରମ୍ରେ ଶ୍ରୀ ଚିତ୍ର ତିରୁନଲ ଇନଷ୍ଟିଚୁ୍ୟଟ୍ ଫର ମେଡିକାଲ ସାଇନ୍ସେସ୍ ଆଣ୍ଡ ଟେକ୍ନୋଲୋଜି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତେବେ ଉକ୍ତ ପ୍ରତିÂାନର ଜଣେ ଡାକ୍ତର କରୋନା ଭାଇରସ୍ରେ ସଂକ୍ରମିତ ବୋଲି ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ନିଜକୁ କ୍ୱାରେଣ୍ଟାଇନରେ ରଖିବାକୁ ଉଚିତ ମନେ କରିଛନ୍ତି । ବର୍ତ୍ତମାନ ସେ ତାଙ୍କ ଦିଲ୍ଲୀ ବାସଭବନରେ କ୍ୱାରେଣ୍ଟାଇନରେ ରହିଛନ୍ତି । ତାଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ । ତଥାପି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ ନେଗେଟିଭ୍ ଆସିଛି । ସେ ସଂସଦ ଅଧିବେଶନକୁ ମଧ୍ୟ ଆସିନଥିବା ଜଣାପଡିଛି ।
କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠ ରାଜଘାଟକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏହି ସମୟ ମଧ୍ୟରେ କୌଣସି ବ୍ୟକ୍ତି ବିଶେଷ ରାଜଘାଟ କରିଦର୍ଶନରେ ଯାଇପାରିବେ ନାହିଁ । ରାଜଧାନୀ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସେହିଭଳି ଐତିହାସିକ ଲାଲକିଲ୍ଲା ଓ କୁତବମୀନାରକୁ ମଧ୍ୟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସାମୟିକ ଭାବେ ବନ୍ଦ ଘୋଷଣା କରାଯାଇଛି । ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମଧ୍ୟ ସମସ୍ତ ଐତିହାସିକ କୀର୍ତ୍ତିରାଜିକୁ ପରବର୍ତ୍ତୀ ନିଦେ୍ର୍ଧଶ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛି ।
ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ନିର୍ବାଚନମଣ୍ଡଳୀରେ ସଚେତନତା ବାର୍ତ୍ତା ପ୍ରଚାର କରିବା ଲାଗି ବିଜେପି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଜେପି ସଂସଦୀୟ ବୋର୍ଡ ବୈଠକରେ ଯୋଗଦେଇ ମୋଦି ସେମାନଙ୍କୁ କହିଥିଲେ ଯେ ନିଜ ଅଞ୍ଚଳକୁ ଗସ୍ତରେ ଯାଅ । ସେଠାରେ କରେନା ଭାଇରସ୍କୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଭୟ ଦୂରକର । ସେମାନଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କର । ସେ ଆହୁରି ମଧ୍ୟ କହିଲେ ଯେ କରୋନାକୁ ନେଇ ଦେଶବ୍ୟାପୀ ସତର୍କତା ଜାରି କରାଯାଇଥିଲା ବେଳେ ସାଂସଦମାନେ ନିଜ କାର୍ଯ୍ୟ ଠିକ୍ ଭାବେ ସମ୍ପାଦନ କରୁଛନ୍ତି । ତେଣୁ ବଜେଟ ଅଧିବେଶନକୁ ଆଦୌ କାଣ୍ଟଛାଟ୍ କରାଯିବ ନାହିଁ । ଏଥିସହ ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକାଲ କର୍ମଚାରୀମାନେ କରୋନା ମୁକାବିଲାରେ ପୂର୍ଣ୍ଣ ପ୍ରାଣରେ ଲାଗିଥିବାରୁ ମୋଦି ସେମାନଙ୍କୁ ପ୍ରଶଂସା କରିଛନ୍ତି ।
ଇରାନରେ ଫସିରହିଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୨୫୪ ଜଣ ଘାତକ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଇରାନ୍ର କୋମ୍ ସହରରେ ସେମାନେ ଫସିରହିଛନ୍ତି । ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏ ସଂକ୍ରାନ୍ତରେ ଦୁଇଦିନ ତଳେ ହ୍ୱାଟସ୍ଆପ୍ ଗ୍ରୁପ୍ରେ ସୂଚନା ଦିଆଯାଇଛି । କାର୍ଗିଲ ଓ ଲେହର ୮୫୦ ଜଣ ତୀର୍ଥଯାତ୍ରୀ ସେଠାରେ ଅଟକି ରହିଛନ୍ତି । ମାର୍ଚ୍ଚ ୬ରୁ ୧୦ ମଧ୍ୟରେ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ତେବେ ଦୂତାବାସ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ମିଳିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons