ଭାରତରେ ବାଘ ସଂଖ୍ୟାରେ ୨୦% ବୃଦ୍ଧି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ ବାଘ ସଂଖ୍ୟାରେ ଆଶାତୀତ ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୧୪ରେ କରାଯାଇଥିବା ବ୍ୟାଘ୍ର ଗଣନା ଅନୁଯାୟୀ, ଦେଶରେ ସମୁଦାୟ ୨୨୨୬ଟି ବାଘ ଥିଲାବେଳେ ଏବେ ଏହା ବୃଦ୍ଧି ପାଇ ପ୍ରାୟ ୨୬୦୦ରେ ପହଞ୍ôଚଛି । ଅର୍ଥାତ ଏହି ସମୟ ମଧ୍ୟରେ ଦେଶରେ ୪୦୦ଟି(୨୦୧୪ ତୁଳନାରେ ୨୦% ଅଧିକ) ନୂଆ ବାଘ ଜନ୍ମ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିଶ୍ୱ ବ୍ୟାଘ୍ର ଦିବସ ପାଳନ ଅବସରରେ ଏ ସମ୍ପର୍କିତ ଘୋଷଣା କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ‘ଅଲ ଇଣ୍ଡିଆ ଟାଇଗର ଏଷ୍ଟିମେସନ ରିପୋର୍ଟ-୨୦୧୮’ ଜାରି କରିବେ । ୨୦୦୬ରେ ‘ପ୍ରୋଜେକ୍ଟ ଟାଇଗର’ର ପୁନର୍ଗଠନ ପରେ ଚତୁର୍ଥ ଥର ପାଇଁ ଦେଶରେ ବ୍ୟାଘ୍ର ଗଣନା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons