ଭାରତରେ ମାନ୍ଦାବସ୍ଥା ନାହିଁ

Get real time updates directly on you device, subscribe now.

ନୂଆଦିଲ୍ଲୀ:ଭାରତୀୟ ଅର୍ଥନୀତି ଟିକେ ମନ୍ଥର ହୋଇଯାଇଛି ସତ କିନ୍ତୁ ଦେଶରେ ମାନ୍ଦାବସ୍ଥା ନାହିଁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ରାଜ୍ୟସଭାରେ ଉଦ୍ବୋଧନ ଦେବା ଅବସରରେ ଏହା କହିଛନ୍ତି ।
ଦେଶର ଅର୍ଥନୈତିକ ସ୍ଥିତି ଉପରେ ଏକ ଆଲୋଚନାବେଳେ ସେ କହିଛନ୍ତି ଯେ, ଉପା-୨ ଏବଂ ବିଜେପିର ପ୍ରଥମ କାର୍ଯ୍ୟକାଳର ସେ ତୁଳନାତ୍ମକ ହିସାବ କରିଛନ୍ତି । ଉପା-୨ ସରକାର(୨୦୦୯-୨୦୧୪)ରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଥିଲା । କିନ୍ତୁ ନରେନ୍ଦ୍ର ମୋଦି ସରକାରଙ୍କ ୨୦୧୪-୨୦୧୯ କାର୍ଯ୍ୟକାଳରେ ଏହା ବୃହତ୍ ମାତ୍ରାରେ ହ୍ରାସ ପାଇଛି । ସେହିଭଳି ଅଭିବୃଦ୍ଧି ହାର ମଧ୍ୟ ଉପା-୨ ତୁଳନାରେ ଅଧିକ ରହିଥିବା ସୀତାରମଣ କହିଛନ୍ତି ।
ସେ ଆହୁରି ସୂଚନା ଦେଇଛନ୍ତି ଯେ, ୨୦୦୯-୧୪ ମଧ୍ୟରେ ଦେଶକୁ ୧୮୯.୫ ବିଲିୟନ ଡଲାର ମୂଲ୍ୟର ଏଫ୍ଡିଆଇ ଆସିଥିଲା । କିନ୍ତୁ ବିଜେପିର ପ୍ରଥମ ୫ ବର୍ଷ(୨୦୧୪-୨୦୧୯)ରେ ଏହି ପରିମାଣ ୨୮୩.୯ ବିଲିୟନ ଡଲାର ଥିଲା । ଉପା-୨ ସରକାରରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୩୦୪.୨ ବିଲିୟନ ଡଲାର ଥିବାବେଳେ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଏହା ୪୧୨.୬ ବିଲିୟନ ଡଲାରକୁ ବଢ଼ିଥିବା ସୀତାରମଣ କହିଛନ୍ତି ।
୨୦୦୯-୧୪ ଶେଷରେ ଦେଶର ମୋଟ ଘରୋଇ ଉପôାଦ(ଜିଡିପି) ଅଭିବୃଦ୍ଧି ୬.୪ଧ ଥିଲା । କିନ୍ତୁ ୨୦୧୪-୨୦୧୯ ମଧ୍ୟରେ ଏହା ୭.୫ଧ ରହିଥିବା ଅର୍ଥମନ୍ତ୍ରୀ ଉପା-୨କୁ ଆକ୍ଷେପ କରି କହିଛନ୍ତି ।
ବ୍ୟାଙ୍କଗୁଡିକର ସମସ୍ୟା ଯୋଗୁ ଗତ ଦୁଇ ଆର୍ଥିକବର୍ଷରେ ଅଭିବୃଦ୍ଧି ଖସୁଛି । ଅର୍ଥନୀତିରେ ଆଦୌ ଲିକ୍ୱିଡିଟି ସମସ୍ୟା ନ ଥିବା ସୀତାରମଣ କହିଛନ୍ତି । ବ୍ୟାଙ୍କଗୁଡିକ ଦ୍ୱାରା ଆୟୋଜିତ ଋଣ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଜରିଆରେ ୨.୫ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ଏହାର ପ୍ରମାଣ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons