ଭାରତୀୟ ଦଳରେ ଲିଳିମା, ଦୀପଗ୍ରେସ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ପୁରୁଷ ଦଳ ଭଳି ଭାରତୀୟ ମହିଳା ହକି ଦଳ ମଧ୍ୟ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ଖେଳିବ । ଟୋକିଓରେ ଆସନ୍ତା ମାସ ୧୭ରୁ ୨୧ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଭାରତ ସମେତ ଅଷ୍ଟ୍ରେଲିଆ, ଜାପାନ ଓ ଚୀନ ଏଥିରେ ଅଂଶ ଗ୍ରହଣ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଭାରତୀୟ ୧୮ ଜଣିଆ ଦଳ ଘୋଷଣା କରାଯାଇଛି । ରାଣୀ ଅଧିନାୟିକା ଓ ଗୋଲକିପର ସବିତା ଉପ ଅଧିନାୟିକା ନିଯୁକ୍ତ ହୋଇଛନ୍ତି । ଘୋଷିତ ଦଳରେ ଓଡ଼ିଶାରୁ ୨ ଜଣ ମହିଳାଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ବରିଷ୍ଠ ତାରକା ଦୀଗଗ୍ରେସ ଏକ୍କା ଓ ଲିଳିମା ମିଞ୍ଜ । ଆଗକୁ ଭାରତ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଖେଳିବ । ତେଣୁ ତାପୂର୍ବରୁ ଏହିଗସ୍ତ ଦଳର ପ୍ରସ୍ତୁତିରେ ସହାୟକ ହେବ । ଏସିଆଡ୍ରେ ସ୍ୱର୍ଣ୍ଣ ଜିତିବାରେ ବିଫଳ ହେବାରୁ ମହିଳା ଦଳ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲା । ତେଣୁ ଏବେ ଦଳକୁ ଯୋଗ୍ୟତା ପର୍ଯ୍ୟାୟ ଦେଇ ଅଲିମ୍ପିକ୍ସ ଟିକେଟ୍ ହାସଲ କରିବାକୁ ପଡ଼ିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons