ଭାରତୀୟ ମଜଦୁର ସଂଘ ନବରଙ୍ଗପୁର ଜିଲ୍ଳା ତରଫରୁ ଆଜି ସଂଘ କାର୍ୟ୍ୟାଳୟ ଠାରେ ୬୬ ତମ ପ୍ରତିଷ୍ଠା ଦିବସ ପାଳିତ

Get real time updates directly on you device, subscribe now.

ନବରଙ୍ଗପୁର: ମଜଦୁର୍ ସଂଘ ତରଫରୁ ୬୬ ତମ ପ୍ରତିଷ୍ଠା ଦିବସ ପାଳିତ ହେଇଥିଲା।ସେଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାମ୍ବାଦିକ ତଥା ଭାରତୀୟ ମଜଦୁର ସଂଘ ଜିଲ୍ଳା ସଭାପତି ଶ୍ରୀ ବାଙ୍କ ବିହାରୀ ବିଷୋୟୀ ସମ୍ପାଦକ ଶ୍ରୀ ପରମେଶ୍ୱର ବିଷୋୟୀ ରାଜ୍ୟ କାର୍ୟ୍ୟକାରେଣୀ ସଦସ୍ୟ ସବିତା ନାୟକ ଉପସ୍ଥିତ ଥିଲେ । ଏହା ଏକ ସର୍ବ ବୃହତ ସଂଗଠନ ଭାବେ ଭାରତରେ ପ୍ରଥମ ସ୍ଥାନ ଓ ପୃଥିବୀର ଦ୍ୱତୀୟ ସ୍ଥାନ ଅଧିକାର କରିଛି । ଏହି ସଂଗଠନରେ ତିନି ହଜାର ରୁ ଉର୍ଦ୍ଧ୍ୱ ଓ ଓଡିଶା ରେ ୨୬୦ ଉର୍ଦ୍ଦ୍ୱ ଏହି ସଂଗଠନ ଦ୍ଵାରା ପରିଚାଳିତ ହେଉଛନ୍ତି । ଏହି ସଂଗଠନ ୧୯୫୫ ମସିହା ଜୁଲାଇ ୨୩ ତାରିଖ ରେ ମାନନୀୟ ସ୍ୱର୍ଗତ ଦତ୍ତୋପନ୍ଥ ଠେଙ୍ଗଡ଼ିଜି ଦ୍ଵାରା ଜନ୍ମ ନେଇ ୬୬ ବର୍ଷ ହେବ ଅନବରତ ଲୋକମାନଙ୍କୁ ନିଷ୍ଠାପର ଓ ନିସ୍ଵାର୍ଥପର ସେବା ଯୋଗେଇ ଆସୁଛି । ଭାରତୀୟ ମଜଦୁର ସଂଘ ନବରଙ୍ଗପୁର ଜିଲ୍ଳା ଅଧୀନରେ ଅଙ୍ଗନବାଡି ସଂଘ,ଆଶା କର୍ମୀ ସଂଘ,ଆଶାସାଥୀ ସଂଘ ମଙ୍ଗଳ ଟିମ୍ବର ଶ୍ରମିକ ସଂଘ,ସ୍ୱାବଲମ୍ବୀ କାରିଗର ସଂଘ, କୃଷି ଗ୍ରାମୀଣ ମଜଦୁର ସଂଘ,ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘ, ଓଡିଶା ସିକ୍ୟୁରିଟି ଗାର୍ଡ ସଂଘ,ସ୍କୁଲ ପାଚିକା ଓ ସହାୟିକା ସଂଘ ସବୁଜ ପତ୍ରିକା ସଂଘ ଏମିତି ଅନେକ ସଂଗଠନ ର କାର୍ୟ୍ୟ ଚାଲିଛି । ସଂଗଠନ ମାନଙ୍କର ନ୍ୟର୍ୟ୍ୟ ଦାବି ତଥା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଳା ପ୍ରଶାସନ ରାଜ୍ୟ ସରକାର କେନ୍ଦ୍ର ସରକାର ଙ୍କ ଦୁଷ୍ଟି ଆକର୍ଷଣ କରାଯାଉଛି ଦାବି ପୂରଣ ନିମନ୍ତେ ରାସ୍ତାରୋକ ଧାରଣା ଆନ୍ଦୋଳନ କରାଯାଇ ଦାବୀପତ୍ର ଦିଆଯାଉଛି ବୋଲି ମୁଖ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅଙ୍ଗନବାଡି ସଂଘର ସମ୍ପାଦିକା ସନ୍ଧ୍ୟା ରାଣୀ ବିଶ୍ୱାଳ ଗରୀ ହରିଜନ ସୁକୁନ୍ତୁଳା ନାୟକ ବିଳାସିନୀ ରାଜୁ ଆଶାକର୍ମୀ ସଂଘର ପାର୍ବତୀ ବାଘ,କୋଠାବାଡି ସଂଘ ର ରାମ ବିଷୋୟୀ ଓ ଅନ୍ୟାନ୍ୟ ସମସ୍ତ ସଂଘରୁ ବହୁ କର୍ମୀ ଯୋଗଦାନ କରିଥିଲେ ।

ନବରଙ୍ଗପୁର ରୁ ଗଗନ ଗନ୍ତାୟତଙ୍କ ରିପୋର୍ଟ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons