ଭାରତୀୟ ସେନାମୁଖ୍ୟଙ୍କ ବୟାନ:ଏଲଓସିରେ ହରକତ କଲେ ଜବାବ ଦେବୁ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସୀମାରେ ପାକିସ୍ତାନ ନିଜର ସୈନ୍ୟବଳ ବୃଦ୍ଧି କରୁଥିବାର ରିପୋର୍ଟ ପ୍ରକାଶ ପାଉଥିଲାବେଳେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଆଜି ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଆମେ ପୂରା ଆଲର୍ଟ ଅଛୁ । ସେମାନେ ଯଦି ଏଲଓସିକୁ ଆସିବା ପାଇଁ ଚାହାନ୍ତି, ତାହାହେଲେ ଆସିପାରନ୍ତି । ଏହା ସେମାନଙ୍କ ଉପରେ ନିର୍ଭର କରେ । କିନ୍ତୁ ଆମେ ସ୍ପଷ୍ଟ କରିଦେବାକୁ ଚାହୁଁକି ଯଦି ପାକିସ୍ତାନ ଏଲଓସିରେ କିଛି ବି ହରକତ କରେ, ତାହାହେଲେ ଆମେ ତାହାର ଜବାବ ଦେବୁ ।
ସେନାମୁଖ୍ୟଙ୍କ ବୟାନ ପୂର୍ବରୁ ରିପୋର୍ଟ ଆସିଥିଲା କି ପାକ୍ ସେନା ଏଲଓସିରେ ଅତିରିକ୍ତ ସୈନିକ, ତୋପ ଓ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ମୁତୟନ କରୁଛି । ସେହିପରି ଲଦାଖ ସଂଲଗ୍ନ ପିଓକେର ସ୍କାରଦୁରେ ସିଏ ଯୁଦ୍ଧବିମାନ ମୁତୟନ କରୁଛି ।
ଅନ୍ୟପଟରେ ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ ନିଜର ନାମ ଗୋପନ ରଖି ଗଣମାଧ୍ୟମକୁ କହିଛନ୍ତି ଯେ ସେମାନେ ସୀମାରେ ପାକ୍ ସେନା ଦ୍ୱାରା କିଛି ବଡ଼ଧରଣର ହରକତ କରାଯାଉଥିବାର ମନେ କରୁନାହାନ୍ତି । ସୀମାରେ ପାକ୍ ଅଧିକ ସଂଖ୍ୟାରେ ସୈନିକ ଓ ଯୁଦ୍ଧ ସରଞ୍ଜାମ ମୁତୟନ କରୁଛି ବୋଲି ଯାହା ରିପୋର୍ଟ ପ୍ରକାଶ ପାଉଛି, ତାହା ସତ୍ୟ ନୁହେଁ । ପାକିସ୍ତାନୀ ସେନା ସେଠାକାର ସୋସିଆଲ ମିଡିଆ ବ୍ୟବହାର କରି ଏପରି ପ୍ରଚାର କରୁଛି । କାଶ୍ମୀର ପ୍ରସଙ୍ଗରେ ସିଏ କଡ଼ା ପଦକ୍ଷେପ ନେଉଛି ବୋଲି ସେଠାକାର ଲୋକଙ୍କୁ ଜଣାଇବାକୁ ଚାହୁଁଛି । ତେଣୁ ଏପରି ବିଭ୍ରାନ୍ତିକର ତଥ୍ୟର ପ୍ରଚାର କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons