ଭାରତ ବନ୍ଦ କଲା ସମଝୌତା ଏକ୍ସପ୍ରେସ

Get real time updates directly on you device, subscribe now.

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଓ ପାକିସ୍ତାନର ଅ;ାରୀ ମଧ୍ୟରେ ସମଝୌତା ଏକ୍ସପ୍ରେସ ଟ୍ରେନର ଚଳାଚଳକୁ ବନ୍ଦ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ପାକିସ୍ତାନ ପୂର୍ବରୁ ଲାହୋର ଏବଂ ଅ;ାରୀ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ ଟ୍ରେନକୁ ବନ୍ଦ କରିଥିଲା । ଏହାପରେ ଭାରତ ସରକାର ଅନୁରୂପ ପଦକ୍ଷେପ ନେଇଛନ୍ତି । ସମଝୌତା ଏକ୍ସପ୍ରେସ ବ୍ୟତୀତ ପାକ୍ ସରକାର ମଧ୍ୟ ଥର୍ ଏକ୍ସପ୍ରେସ ଏବଂ ଦିଲ୍ଲୀ-ଲାହୋର ବସ୍ ସେବାକୁ ବନ୍ଦ କରିଦେଇଛନ୍ତି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବା ପ୍ରତିବାଦରେ ପାକିସ୍ତାନ ମଧ୍ୟ ଭାରତ ସହିତ ବାଣିଜ୍ୟ ସମ୍ପର୍କ ଛିନ୍ନ କରିଛି ଏବଂ କୂଟନୈତିକ ସମ୍ପର୍କ ହ୍ରାସ କରିଛି । ପାକିସ୍ତାନରେ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ କାର୍ଯ୍ୟକ୍ରମଗୁଡିକର ପ୍ରସାରଣ ବି ରୋକାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons