କ୍ୱାଲାଲମ୍ପୁର: ଭାରତ ଦ୍ୱାରା ମାଲେସିୟାରୁ ତାଳ ତେଲ ଏବଂ ଅନ୍ୟ କେତେକ ସାମଗ୍ରୀର ଆମଦାନୀ ଉପରେ କଟକଣା ଲଗାଯିବାକୁ ନେଇ ମାଲେସିୟାର ପ୍ରଧାନମନ୍ତ୍ରୀ ମାହାଥିର ମହମ୍ମଦ ସୋମବାର କହିଛନ୍ତି ଯେ ‘ତାଙ୍କ ଦେଶ ଏଥିପାଇଁ ଭାରତ ବିରୋଧରେ ଜବାବୀ କାର୍ଯ୍ୟାନୁÂାନ ଗ୍ରହଣ କରିବ ନାହିଁ । ମାଲେସିୟା ଏକ ଛୋଟ ଦେଶ ହୋଇଥିବାରୁ ଏପରି କରିବା ପାଇଁ ଅକ୍ଷମ ଅଟେ । ତେବେ ଭାରତର ବାଣିଜ୍ୟ କଟକଣା ଯୋଗୁ ମାଲେସିୟାରେ ଯେଉଁ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଛି, ତାହାର ସମାଧାନ ପାଇଁ ଆମକୁ କିଛି ପନ୍ଥା ବାହାର କରିବାକୁ ପଡ଼ିବ’ ।
୯୪ ବର୍ଷୀୟ ମାହାଥିର କାଶ୍ମୀର ଏବଂ ନାଗରିକତା ଅଧିକାର ସଂଶୋଧନ ଆଇନକୁ ନେଇ ଭାରତ ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ଭାରତ ଏବେ ମାଲେସିୟା ବିରୋଧରେ ବାଣିଜ୍ୟ କଟକଣା ଲଗାଇଛି । ମାଲେସିୟାରୁ ସବୁଠାରୁ ଅଧିକ ତାଳ ତେଲ ଆମଦାନୀ କରିବାରେ ଭାରତ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ତେଣୁ ଭାରତ ଦ୍ୱାରା ମାଲେସିୟାରୁ ତାଳ ତେଲର ଆମଦାନୀ ରୋକାଯିବା ପରେ ସେଠାରେ ଆର୍ଥିକ ସମସ୍ୟା ଦେଖାଦେଇଛି । ସେହିପରି ଭାରତର ବିବାଦୀୟ ଧର୍ମଗୁରୁ ଜାକିର ନାଏକକୁ ମାଲେସିୟାରେ ସ୍ଥାୟୀ ବାସିନ୍ଦା ଭାବେ ରହିବାକୁ ଅଧିକାର ଦିଆଯାଇଥିବାରୁ ଭାରତ କ୍ଷୁବ୍ଧ ହୋଇଛି ।
ମାହାଥିର କିନ୍ତୁ ଏହା ଉପରେ କହିଛନ୍ତି ଯେ ଭାରତ ଏହି ମାମଲାରେ ନିରପେକ୍ଷ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଲେ ମଧ୍ୟ ଜାକିର ନାଏକକୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ମାଲେସିୟା ପ୍ରସ୍ତୁତ ନୁହେଁ । କାରଣ ସେଠାରେ ତା’କୁ ଉଦେ୍ଧଶ୍ୟମୂଳକ ଭାବେ ହଇରାଣହରକତ କରାଯିବାର ସମ୍ଭାବନା ରହିଛି । ଭାରତ ବ୍ୟତୀତ ଅନ୍ୟ ଏକ ଦେଶରେ ଯଦି ଜାକିର ନାଏକର ବିଚାର କରାଯିବ, ତାହାହେଲେ ମାଲେସିୟା ତା’କୁ ସେଠାକୁ ପଠାଇବାକୁ ରାଜି ଅଛି ।
Comments are closed, but trackbacks and pingbacks are open.