ଭାରତ ମହାସାଗରରେ ଚୀନ୍ର ୭ ଯୁଦ୍ଧଜାହାଜ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚୀନ୍ କ୍ରମାଗତଃ ଭାବେ ଭାରତ ମହାସାଗରରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଭାରତ ମହାସାଗରରେ ଭାରତୀୟ ନୌସେନାର ଅଧିକ ପ୍ରଭାବ ରହିଥିଲାବେଳେ ଚୀନ୍ ତା’କୁ ଚାଲେଞ୍ଜ ଦେବାକୁ ଉଦ୍ୟମ କରୁଛି । ଏଇ ପରିପ୍ରେକ୍ଷୀରେ ଚୀନ୍ ନିଜ ନୌସେନାର ସାତଟି ଯୁଦ୍ଧଜାହାଜକୁ ଏବେ ଭାରତ ମହାସାଗର ଓ ତା’ର ଆଖପାଖରେ ମୁତୟନ କରିଛି ।
ଭାରତୀୟ ନୌସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଜାହାଜଗୁଡିକ ମଧ୍ୟରେ ୨୭ ହଜାର ଟନ ବିଶିଷ୍ଟ ଏକ ଆମ୍ଫିବିୟସ ଭେସେଲ (ଜିଆନ -୩୨)ମଧ୍ୟ ଅଛି । ଭାରତ ନିଜର ଅତ୍ୟାଧୁନିକ ସେନ୍ସରପ୍ରଣାଳୀ ମାଧ୍ୟମରେ ଚୀନ୍ ଯୁଦ୍ଧଜାହାଜଗୁଡିକର ଗତିବିଧି ଉପରେ ନଜର ରଖୁଛି । ଆମେରିକା ଠାରୁ କିଣାଯାଇଥିବା ପି-୮ ଆଇ ସାମୁଦ୍ରିକ ଗୁଇନ୍ଦା ବିମାନକୁ ବି ଏହି ଉଦେ୍ଧଶ୍ୟରେ ବ୍ୟବହାର କରାଯାଉଛି । ଚୀନ୍ର ଜିଆନ-୩୨ ଜାହାଜ ଦକ୍ଷିଣ ଭାରତ ମହାସାଗର ଦେଇ ଗତି କଲା ପରେ ଶ୍ରୀଲଙ୍କାର ଜଳସୀମାରେ ପ୍ରବେଶ କରୁଥିଲାବେଳେ ଭାରତର ପି-୮ଆଇ ଗୁଇନ୍ଦା ବିମାନ ତାହାର ଫଟୋ ଉଠାଇଛି । ସେହିପରି ଗଲ୍ଫ ଅଫ ଆଦେନରେ ଜଳଦସୁ୍ୟଙ୍କ ଗତିବିଧି ଉପରେ ରୋକ ଲଗାଇବା ଉଦେ୍ଧଶ୍ୟରେ ଚୀନ୍ ନିଜର ଆଉ ୬ଟି ଯୁଦ୍ଧଜାହାଜ ଭାରତ ମହାସାଗରରେ ମୁତୟନ କରିଛି ।
କିନ୍ତୁ ଭାରତୀୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଜଳଦସୁ୍ୟ ଦମନ ପାଇଁ ଏତେ ସଂଖ୍ୟକ ଯୁଦ୍ଧଜାହାଜ ମୁତୟନ କରାଯିବାର ଆବଶ୍ୟକତା ନାହିଁ । ତେଣୁ ଚୀନ୍ ଏପରି କରିବାର ପ୍ରକୃତ ଉଦେ୍ଧଶ୍ୟ ହେଉଛି ଯେ ସିଏ ଭାରତ ମହାସାଗରରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛି । ଚୀନ୍ ଏହି ଉଦେ୍ଧଶ୍ୟରେ ଆଉ ଏକ ବିମାନବାହୀ ଯୁଦ୍ଧଜାହାଜ ବି ନିର୍ମାଣ କରୁଛି । ସେହିପରି ଆଫ୍ରିକୀୟ ଦେଶ ଦିଜିବୌତି ସମେତ କେତେକ ଦେଶରେ ଚୀନ୍ ନିଜର ସାମରିକ ଘାଟି ମଧ୍ୟ ନିର୍ମାଣ କରୁଛି । ଏପରି କରି ସେ ଭାରତକୁ ଚାରି ପଟରୁ ଘେରିବାକୁ ଉଦ୍ୟମ କରୁଛି । କିନ୍ତୁ ଭାରତୀୟ ନୌସେନା ତା’ର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons