ଭାଲୁକୁ ପିଟିପିଟି ମାରି ଦେଲେ!

Get real time updates directly on you device, subscribe now.

ବୀରମହାରାଜପୁର,(ବି.ବି.ନୁ୍ୟଜ୍): ସମ୍ଭବତଃ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଭିତରୁ ଜନବସତି ଆଡ଼କୁ ଚାଲି ଆସିଥିଲା ଏକ ଛୋଟ ଭାଲୁ । ହେଲେ ଫେରିବାର ବାଟ ପାଇ ପାରିନଥିଲା । ଶେଷରେ ଲୋକଙ୍କ ହାବୁଡ଼ରେ ପଡ଼ି ପ୍ରାଣ ହରାଇଲା ବର୍ଷକର ଏକ ଭାଲୁ ଛୁଆ । ଭାଲୁ ଛୁଆ ପିଟି ପିଟି ମାରିବାରୁ ପଛେଇ ନଥିଲେ ଲୋକେ । ଏଭଳି ଏକ ଘଟଣା ଆଜି ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବନଖଣ୍ଡ ସୁବଲୟା ଅଧିନସ୍ଥ ଦୁରଦୁରା ବନାଞ୍ଚଳରେ । ତେବେ ଏହି ଘଟଣାକୁ ନେଇ ପ୍ରାଣୀ ପ୍ରେମୀ ମହଲରେ ଉଦ୍ବେଗ ପ୍ରକାଶ ପାଇଥିବାବେଳେ ଭାଲୁକୁ ପିଟି କେହି ମାରି ନଥିବା ବନ ବିଭାଗ ଦାବି କରୁଛି । ନ୍ତୁ ପାଟିରୁ ରକ୍ତ ବାହାରୁଥିବା କଥା ସ୍ୱୀକାର କରିଛନ୍ତି ଅଧିକାରୀ ।
ସୂଚନାମତେ, ଦୁରଦୁରା ବନାପାଳ ଅଧିନ ଦୁରଦୁରା ସଂରକ୍ଷିତ ଜଙ୍ଗଲରୁ ଏକ ବର୍ଷ ବୟସ୍କ ଗୋଟିଏ ଛୋଟ ଭାଲୁ ଖାଦ୍ୟ ଅନ୍ୱେଷଣରେ ସଂରକ୍ଷିତ ଜଙ୍ଗଲରୁ ବହୁ ଦୂର ଚାଲିଆସିଥିଲା । ଫେରି ବାଟ ନପାଇ ଭାଲୁଟି ଡୁଲେଶ୍ୱର ମହାନଦୀ ପଠାରେ ସାଧାରଣ ଲୋକଙ୍କ ହାବୁଡ଼ାରେ ପଡ଼ିଯାଇଥିଲା । ଲୋକେ ଭାଲୁକୁ ଗୋଡେ଼ଇ ଗୋଡେ଼ଇ ଆକ୍ରମଣ କରିଥିଲେ । ଶେଷରେ ପିଟି ପିଟି ମାରି ଦେଇଥିଲେ । ଲୋକଙ୍କ ମାଡ଼ରେ ଭାଲୁର ମୁହଁରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା । ଖବର ପାଇ ସୁବଲୟା ରେଞ୍ଜର ଭାଲୁର ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ନିକଟସ୍ଥ ଜଙ୍ଗଲରେ ଗର୍ତ୍ତ ଖୋଲି ପୋତି ଦେଇଥିଲେ । ପ୍ରକାଶ ଯେ ଦୁରଦୁରା ସଂରକ୍ଷିତ ଜଙ୍ଗଲରୁ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର ହେଉଥିବା ସହ ବେଆଇନ ଗଛ ଚୋରା ଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି । ଲୋକଙ୍କ ଅଭିଯୋଗ ହେଲା କୁଆଡେ ଦୁରଦୁରା ବନପାଳ କିମ୍ବା କୌଣସି ବନକର୍ମଚାରୀ ସଦର ଅଞ୍ଚଳରେ ରହୁ ନଥିବାର ସୁଯୋଗ ନେଇ ବନ୍ୟଜନ୍ତୁ ଶିକାର ସହିତ ଜଙ୍ଗଲରୁ ଗଛ ଚାଲାଣ କରୁଥିବା ଅଭିଯୋଗ ହୁଏ । ଏ ନେଇ ସୁବଲୟା ବନାଞ୍ଚଳ ଅଧିକାରୀ ଅବିନାଶ ବରିହାଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଭାଲୁକୁ ଆକ୍ରମଣ ହୋଇଥିବା ନେଇ କୌଣସି ଖବର ନାହିଁ କି ଭାଲୁ ଦେହରେ ମାଡ଼ ଚିହ୍ନ ନଥିଲା । କିନ୍ତୁ ପାଟିରୁ ରକ୍ତ ବାହାରୁଥିବା କଥା ଠିକ ଏବଂ ଆମ ବନ୍ୟ କର୍ମଚାରୀ ବନାଞ୍ଚଳ ଅଞ୍ଚଳରେ ରହୁ ନଥିବା କଥା ଠିକ ନୁହେଁ ରହୁଛନ୍ତି । ବନପାଳ ଦୁଇଟି ସ୍ଥାନର ଦାୟିତ୍ୱରେ ଥିବାରୁ ଏଠି ସେଠି ହେଉଛନ୍ତି । ଜଙ୍ଗଲ ସୁରକ୍ଷା ନେଇ ଆମ ତରଫରୁ ପାଟ୍ରୋଲିଂ ହେଉଛି ଏବଂ ଆଗକୁ ଆହୁରି କଡାକଡି କରାଯିବା ବୋଲି କହିଥିଲେ । ତେବେ ବନବିଭାଗର ଏଭଳି ଯୁକ୍ତି ପରେ ଘଟଣାର ତଦନ୍ତ କରାଗଲେ ସବୁ ସତ୍ୟ ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons