ପୁରୀ,(ବି.ବି.ବୁ୍ୟରୋ): ଆମକୁ ଛାଡ଼ିଦିଅ । ଆମ୍ଭେମାନେ ଘରକୁ ଚାଲିଯିବୁ । ଆଉ ଭିକ୍ଷା ବୃତ୍ତି କରିବୁ ନାହିଁ । ଯଦି ପୁଣି ଭିକ୍ଷା ମାଗିବୁ ଧରିଆଣିବ । ହାତଯୋଡ଼ି ଏଭଳି ଆକୁଳ ନିବେଦନ କରିଛନ୍ତି ସେଲ୍ଟର ହୋମ୍ରେ ରହିଥିବା ଭିକ୍ଷୁକମାନେ । ଅସୁବିଧାରେ ପଡ଼ି ଦୂରଦୁରାନ୍ତ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ । ବଡ଼ଦାଣ୍ଡ, ମନ୍ଦିର ତଥା ଜନଗହଳିପୂର୍ଣ୍ଣ ସ୍ଥାନକୁ ଆଦରି ନେଇଥିଲେ । ଏବେ ପ୍ରଶାସନ ପକ୍ଷରୁ ଭିକ୍ଷା ବୃତ୍ତି ବାରଣ କରାଯିବାରେ ଘରକୁ ଚାଲି ଯିବାକୁ ଅଡ଼ି ବସିଛନ୍ତି ।
ଶୁକ୍ରବାର ସର୍ବୋଦୟନଗରସ୍ଥିତ ସେଲ୍ଟର ହୋମ୍ ଦୃଶ୍ୟ ଥିଲା କରୁଣ । ଭିକ୍ଷା ବୃତ୍ତି କରୁଥିବା ବ୍ୟକ୍ତିମାନେ ଇତଃସ୍ତତଃ ହୋଇ ବସିଥିଲେ । କିଏ ଗୁମ୍ ହୋଇ ବସିଥିଲେ ତ, ଆଉ କିଏ ଗେଟ୍କୁ ଧରି ଠିଆ ହୋଇଥିଲେ । ଏପରିକି ଖାଇବାକୁ ମଧ୍ୟ କେହି କେହି ମଙ୍ଗୁ ନଥିଲା । ଉଦେ୍ଧଶ୍ୟ ଥିଲା ଅନଶନ କଲେ କର୍ତ୍ତୃପକ୍ଷ ମୁକ୍ତ କରିଦେବେ । ଗେଟ୍ରେ ତାଲା ପଡ଼ିଥିବାରୁ କିଂକର୍ତ୍ତବ୍ୟବିମୁଢ଼ ହୋଇ ଯାହାକୁ ଦେଖିଲେ ଛାଡ଼ିଦିଅ କହି ବିନତି କରୁଥିଲେ । ସମସ୍ତଙ୍କ ଗୋଟିଏ ପ୍ରାର୍ଥନା ଥିଲା ‘ଆଉ କେବେ ବି ପୁରୀରେ ଭିକ୍ଷା ମାଗିବୁ ନାହିଁ । ସରକାର ଭିକ୍ଷା ମାଗିବାକୁ ମନା କରିଥିବା ଜାଣିଛୁ । ଆମକୁ ଛାଡ଼ିଦେଲେ ନିଜ ନିଜ ଘରକୁ ଚାଲିଯିବୁ’ କହି ହାତ ଯୋଡ଼ୁଥିଲେ । ଆଜି ଏଠାରେ ୭ ଜଣ ଭିକାରି ଥିଲେ ।
Comments are closed, but trackbacks and pingbacks are open.