ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଆଜି ତାଙ୍କର ସରକାରୀ କାର୍ରେ ମୁଖ୍ୟମନ୍ତ୍ରୀଙ୍କୁ ବସାଇ ଡ୍ରାଇଭର ସିଟ୍ରେ ନିଜେ ଶ୍ରୀ ପାଣ୍ଡିଆନ୍ ବସି ନବୀନ ନିବାସରୁ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡିଆ ପର୍ଯ୍ୟନ୍ତ ନେବାଆଣିବା କରିଥିଲେ । ସ୍ୱାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଆସିଥିଲେ ମଧ୍ୟ ଡ୍ରାଇଭର କିମ୍ବା ସୁରକ୍ଷା କର୍ମୀଙ୍କ ପରିବର୍ତ୍ତେ ଶ୍ରୀ ପାଣ୍ଡିଆନ୍ କାର ଚଳାଇ ଆସିଥିଲେ । ରାଜ୍ୟସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମିଲ ହୋଇଥିଲେ । ନିର୍ଦ୍ଧାରିତ ସମୟରେ ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥଳୀରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଚଳାଇବା ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଥିଲା । ପତାକା ଉତ୍ତୋଳନ, ଅଭିଭାବଦନ ଓ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧରି ଶ୍ରୀ ପାଣ୍ଡିଆନ୍ ନବୀନ ନିବାସ ଫେରିଥିବା ଜଣାପଡିଛି । ଅନ୍ୟପକ୍ଷରେ ନବୀନ ନିବାସ ସୂତ୍ର ଅନୁସାରେ, ନିୟମିତ ବ୍ୟବଧାନରେ ନବୀନ ନିବାସର ସମସ୍ତ କର୍ମଚାରୀଙ୍କ କୋଭିଡ-୧୯ ନମୂନା ପରୀକ୍ଷା କରାଯାଇଥାଏ । ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭରଠୁ ଆରମ୍ଭ କରି ଅନ୍ୟ ସମସ୍ତ କର୍ମଚାରୀଙ୍କ ନମୂନା ପରୀକ୍ଷା ହୋଇଛି । ଆଜି ସକାଳସୁଦ୍ଧା ରିପୋର୍ଟ ଆସିନଥିଲା । ତେଣୁ ଶ୍ରୀ ପାଣ୍ଡିଆନ୍ ନିଜେ ମୁହଁରେ ମାସ୍କ ବାନ୍ଧି ମୁଖ୍ୟମନ୍ତ୍ରୀଙ୍କ ଗାଡି ଚଳାଇ ନେଇଥିଲେ । ସୁରକ୍ଷାକର୍ମୀ ରହିଥିଲେ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ଭଳି ଜଣେ ବରିÂ ଆଇଏଏସ୍ ଅଧିକାରୀ ନିଜେ ଗାଡି ଚଳାଇ ନେଇଥିଲେ ।
Comments are closed, but trackbacks and pingbacks are open.