ଭିଜିଲାନ୍ସ ଜାଲରେ ଅଗ୍ନିଶମ ବିଭାଗର ଅଧିକାରୀ

Get real time updates directly on you device, subscribe now.

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଅଗ୍ନିଶମ ବିଭାଗର ଅଧିକାରୀ। ନିଆଁରେ ପୋଡି ଯାଇଥିବା ଏକ କାରର ଫାୟାର ସାର୍ଟିଫିକେଟ ବାବଦକୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ନର୍ଲ। ଫାୟର ଷ୍ଟେସନ ଅଧିକାରୀ ଅନୁପମ ବାଗ ଛନ୍ଦି ହୋଇପଡିଥିଲେ।
ଲାଞ୍ଚ ନେବା ବେଳେ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଗତ ୧୭ ତାରିଖ ରାତିରେ ଛତିକୁଡାର ବରୁଣ ସାହୁଙ୍କ ଘରେ କେହି ଜଣେ ଦୁର୍ବୃତ୍ତ ତାଙ୍କ କାରରେ ନିଆଁ ଲଗାଇ ପୋଡି ଦେଇଥିଲା । ଏହି କାରର ଇନ୍‌ସୁରାନ୍ସ ପାଇଁ ନର୍ଲ। ଅଗ୍ନିଶମଠାରୁ ଫାୟର ସାର୍ଟିଫିକେଟ ବରୁଣ ଆବେଦନ କରିଥିଲେ। ହେଲେ ନର୍ଲ। ଫାୟର ଷ୍ଟେସନ ଅଧିକାରୀ ଅନୁପମ ବାଗ ତାଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏହା ପରେ ଆବେଦନକାରୀ ଭିଜିଲାନ୍ସ ଏସପିଙ୍କ ଦ୍ବାରାସ୍ଥ ହୋଇଥିଲେ। ଏହା ପରେ ଭିଜିଲାନ୍ସ ଜାଲ ବିଛାଇଥିଲେ। ଅନ୍ୟପକ୍ଷରେ ଗିରଫ ନର୍ଲ। ଫାୟର ଷ୍ଟେସନ ଅଧିକାରୀ ଅନୁପମ ବାଗ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦୁଇଦିନ ତଳୁ ଅଭିଯୋଗକାରୀ ସାର୍ଟିଫିକେଟ ନେଇ ଯାଇଥିଲେ। ସେ ଖୁସିରେ ଅଫିସ୍‌କୁ ଆସି ୪ ହଜାର ଟଙ୍କା ଟେବୁଲରେ ଥୋଇ ଦେଇଥିଲେ ବୋଲି ସଫେଇ ଦେଉଛନ୍ତି। ଗିରଫ ନର୍ଲ। ଫାୟର ଷ୍ଟେସନ ଅଧିକାରୀ ଅନୁପମ ବାଗକୁ ଆଜି କୋର୍ଟ ଚାଲାଣ କରାଇଛି । ଏଥି ସହ ତାଙ୍କ କାର୍ୟ୍ୟାଳୟ ଓ ବାସଗୃହ ଉପରେ ଭିଜିଲାନ୍ସ ଚଢାଉ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons